Webportal

ଅନୁଗୁଳବାସୀଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଛି ତାମଡ଼ା

sanitry
0 280

ଅନୁଗୁଳ ଓ ଏହାର ନିକଟବର୍ତ୍ତୀ ଅଂଚଳରେ ନିର୍ମାଣ କାର୍ଯ୍ୟ ଯୋଜନାବଧ ଭାବେ କରାଇବା ପାଇଁ ତାମଡ଼ା କୁ ନିୟୋଜିତ କରାଯାଇଛି।ଏହାର ସର୍ବୋଚ୍ଚ ଦାଇତ୍ୱରେ ସର୍ବଦା ପ୍ରଶାସନିକ ଅଧିକାରୀ ଏବଂ ରାଜନେତା ମାନେ ରହି ଆସୁଛନ୍ତି।

କିନ୍ତୁ ତାମଡ଼ା ଅନୁଗୁଳ ବାସୀଙ୍କୁ ଠକି ଆସୁଛି।ସିଧା ଅର୍ଥରେ ଅନୁଗୁଳବାସୀଙ୍କର ମୌଳିକ ଅଧିକାର କ୍ଷୁର୍ଣ୍ଣ କରୁଛି ତାମଡ଼ା। ଯୋଜନା ବିହୀନ ଭାବେ ନିର୍ମାଣ କାର୍ଯ୍ୟ ଚାଲି ଆସୁଛି।ବିଶାଳ ଆକାର ଆବାସିକ ଓ ବ୍ୟବସାୟିକ କୋଠା ନିର୍ମାଣ କରାଯାଇ ଆସୁଅଛି ବିନା ପାର୍କିଂ ସୁବିଧା ରେ।ଅଗ୍ନିକାଣ୍ଡ ଘଟିଲେ ମଧ୍ୟ କୋଠା ଗୁଡିକ ଭିତରୁ ଲୋକଙ୍କୁ ବାହାର କରିବା ସୁବିଧା ମଧ୍ୟ ନିର୍ମିତ ଓ ନିର୍ମାଣାଧୀନ ବହୁତଳ କୋଠା ଗୁଡିକରେ ନ ଥିବାର ଦେଖାଯାଏ।

ପାର୍କିଂ ବ୍ୟବସ୍ଥା ନ ଥିବାରୁ ସହରର ପ୍ରତ୍ୟେକ ରାସ୍ତାରେ, ସେ ବଜାର ହେଉ ବା ଗଳି ହେଉ କିମ୍ବା ରାଜମାର୍ଗ ହେଉ ଅସମ୍ଭାଳ ଅକାରଣ ଭିଡ଼ ସଦାବେଳେ ଦେଖିବାକୁ ମିଳୁଛି।ଚାରିଚାକିଆ କଣ ଦୁଇଚକିଆ ମଧ୍ୟ ଦୁଇ ମିନିଟ ରାସ୍ତାକୁ କୋଡ଼ିଏ ମିନିଟରେ ପାର କରୁଛି।ଏହା ଦ୍ୱାରା ଲୋକଙ୍କ ମଧ୍ୟରେ ଅନେକ ସମୟରେ ଝାମେଲା ସୃଷ୍ଟି ହେଉଛି।ଗାଡିରେ ତେଲ ମଧ୍ୟ ଅଧିକ ଖର୍ଚ୍ଚ ହେଉଛି, ଯାହାକି ଜାତୀୟ ସମ୍ପତ୍ତିର ଅପବ୍ୟୟ।ଏ ସମସ୍ତର ଦୋଷୀ ହେଉଛି ତାମଡ଼ା ଏବଂ ଏହାର ଦାୟିତ୍ୱରେ ଥିବା ସରକାରୀ ଧନର ଅପବ୍ୟୟ କରୁଥିବା ଲୋକେ।

ଯେଉଁଠି ରହିବା ଘର ହେବାର ନିୟମ ଅଛି ସେଠି ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ଯାଉଛି ତାମଡ଼ା କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ।ଯାହା ଫଳରେ ଲୋକେ ଅଣନିଶ୍ୱାସୀ ହେଇ ଗଲେଣି।

ଏ ସବୁ ପାଇଁ କେବଳ ତାମଡ଼ା ଅପରାଧୀ।ଏହା ସାଧାରଣ ଲୋକଙ୍କ ବଞ୍ଚିବାର ଅଧିକାର କ୍ଷୁର୍ଣ୍ଣ କରୁଥିବା ପରିଲକ୍ଷିତ ହେଉଛି।ଏ ସବୁ ଘୋର ବେଆଇନ କାର୍ଯ୍ୟ ପାଇଁ କୋଠା ନିର୍ମାଣକାରୀ ମାନଙ୍କ ଠାରୁ ତାମଡ଼ା ଦାଇତ୍ୱ ରେ ଥିବା ଲୋକେ ମୋଟା ଅଙ୍କର ଟଙ୍କା ଉତ୍କୋଚ ରୂପେ ନେଉଥିବା କଥା ମଧ୍ୟ ବାଟଘାଟରେ ଚର୍ଚ୍ଚା ହେଉଛି।

କେମିତି ଅନୁଗୁଳ ବାସୀ ଭଲରେ ଚଳିବେ ଓ ବଞ୍ଚିବେ?କେବେ ତାମଡ଼ା ପକ୍ଷରୁ ଆଇନ ଅନୁଯାୟୀ ଅନୁମୋଦନ ଦିଆଯିବ? କେବେ ପାର୍କିଂ ସୁବିଧା ନ ଥିବା ବ୍ୟବସାୟିକ କୋଠା ସବୁ ତାମଡ଼ା ଦ୍ୱାରା ବନ୍ଦ କରାଯିବ?ନା ଏଭଳି ଚାଲୁଥିବ? ଏସବୁ ଏକ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି।

Square Ad 1
Leave A Reply

Your email address will not be published.