ଅନୁଗୁଳରେ ବରିଷ୍ଟ ସାମ୍ବାଦିକ ରଘୁନାଥ ସାହୁଙ୍କ ଙ୍କ ସ୍ମୃତିରେ ରକ୍ତଦାନ
ବନ୍ଧୁ ସମରେଶଙ୍କ ପରିଶ୍ରମ ପାଇଁ ହେଉଛି ପ୍ରତିବର୍ଷ ଆୟୋଜନ
0 92
ମିଷ୍ଟାଭାଷୀ, କର୍ମଠ ଓ ସବୁ ସମୟରେ ନୂଆ ନୂଆ ପ୍ରୟୋଗ ଖବର ସଂଗ୍ରହ ପାଇଁ କହୁଥିବା ଯୁବ ସାମ୍ବାଦିକ ରଘୁନାଥ ସାହୁଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ଅବସରରେ ଅନୁଗୁଳ ରକ୍ତଦାନ ଭବନଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ୩୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।ଯୁବା ବୟସରେ ଗଣମାଧ୍ୟମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିଲା ରଘୁଙ୍କର ଖବର ସଂଗ୍ରହ ତଥା ପ୍ରସାରଣରେ ସେ ସବୁବେଳେ ଆଗ ଧାଡିରେ ରହିଆସୁଥିବା କଥା କହନ୍ତି ତାଙ୍କ ସାଥୀ ସାମ୍ବାଦିକ ମାନେ । ବିଶେଷ କରି ପୁରପଲ୍ଲୀର ଖବର ସଂଗ୍ରହ ସହିତ ଗ୍ରାମାଞ୍ଚଳ ତଥା ସହରାଞ୍ଚଳ ସମସ୍ଯା ଭିତ୍ତିକ ଖବର ଲୋକଲୋଚନକୁ ଆଣିପାରୁଥିଲେ । ଯଦିଓ ଯୁବା ବୟସରେ ତାଙ୍କର ଅକାଳ ବିୟୋଗ ଖବର ପ୍ରସାରଣ ଜଗତ ପାଇଁ ଅପୂରଣୀୟ କ୍ଷତି ଅଟେ ତେବେ ସାମ୍ବାଦିକ ମାନଙ୍କ ପାଇଁ ସେ ଉତ୍ସାହର ପ୍ରେରଣା ଓ ଉଦାହରଣ ଅଟନ୍ତି ବୋଲି ସାଥୀ ସାମ୍ବାଦିକ ବନ୍ଧୁ ମାନେ ପ୍ରକାଶ କରନ୍ତି । ପ୍ରତ୍ୟେକ ଶ୍ରାଦ୍ଧ ବାର୍ଷିକରେ ତାଙ୍କ ସ୍ମୃତିଚାରଣ ନିମନ୍ତେ ଏହି ଦିନକୁ ରକ୍ତଦାନ ଶିବିର ମାଧ୍ୟମରେ ଉତ୍ସର୍ଗୀକୃତ କରିବଯାଉଅଛି । ସାମ୍ବାଦିକ ସ୍ବର୍ଗତ ରଘୁନାଥ ସାହୁ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟ କରିଥିବା ବେଳେ ଅନ୍ତିମ ସମୟରେ ଜି ଟିଭି ଓଡ଼ିଆର ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ ।ଏହି ରକ୍ତଦାନ ଶିବିରରେ ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଓ ଟାମଡ଼ାର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ପୌରାଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ରକ୍ତଦାତା ମାନଙ୍କ ଉତ୍ସାହିତ କରିଥିଲେ । ଏହି ଶିବିରକୁ ସାମାଜିକ କର୍ମୀ ବ୍ରହ୍ମଜ୍ୟୋତି ମିଶ୍ର ,ପର୍ଶୁରାମ ଦାସ , ପ୍ରତାପ ମହାପାତ୍ର , ମହେଶ ଭୋମରାଜ , ଅଦ୍ୟଶ୍ଳୋକ ମିଶ୍ର , ବରିଷ୍ଠ ଓକିଲ ଭୁପେଶ ପ୍ରଧାନ ,ସାମ୍ବାଦିକ ଜୟନ୍ତ କର , ସୌମ୍ୟ ରଞ୍ଜନ ଦାଶ , ଅମିତ ସାମଲ , ଲିଟୁନ ସାହୁ , ଦେବ ରଞ୍ଜନ ସାମଲ , ସୁଶାନ୍ତ ସେଠୀ , ସମରେଶ ନାଥ ଓ ବିଜେପି ନେତ୍ରୀ ସରିତା ମିଶ୍ର ଆଦି ସହଯୋଗ କରିଥିଲେ ।