Webportal

ଅନୁଗୁଳର ରାସ୍ତାଘାଟର ହିସାବ ଦେଲା ବିଜେପି

କେନ୍ଦ୍ରର ଦାୟିତ୍ଵ ଶୋଚନୀୟ ଅବସ୍ଥାରେ ଥିବା ରାଷ୍ଟ୍ରୀୟ ରାଜମାର୍ଗ ବିଷୟରେ କହିଲେ ନାହିଁ

sanitry
0 164

ଖାଲି ବିଜେଡ଼ି ସରକାର ଉପରେ ସବୁ ଦୋଷ ଢାଳିଦେଲେ। ରାଜ୍ୟ ସରକାରଙ୍କ ଦାଇତ୍ୱ ଯେଉଁଠି ସେଠି ସେ ନିଶ୍ଚିତ ଭାବରେ ଉତ୍ତରଦାୟୀ। କିନ୍ତୁ କେନ୍ଦ୍ର ସରକାରଙ୍କ ଥିବା ଉତ୍ତରଦାୟିତ୍ୱ ବିଷୟରେ କ କଣ। ଖାଲି ନିର୍ବାଚନ ପାଖେଇ ଆସୁଛି ବୋଲି ନିରୀହ ଲୋକଙ୍କୁ ଭଣ୍ଡେଇବାକୁ ଏପରି ବିବୃତି ଦିଆ ଯାଉଛି। ଏ ବିବୃତି ରଖିବା ପୁର୍ବରୁ ଅତି ଦୟନୀୟ ଅବସ୍ଥାରେ ଥିବା ରାଷ୍ଟ୍ରୀୟ ରାଜପଥ କୁ ଠିକ କରିବା ବିଷୟରେ ବିଜେପି ଶାସିତ କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ କହିଥିଲେ ଭଲ ହେଇ ଥାନ୍ତା। ଏହା ଏକ ପ୍ରକୃତ ରାଜନୈତିକ ଟିପଣି ହେଇଥାନ୍ତା।

ଅନୁଗୁଳ ଜିଲ୍ଲାର ବିକାଶ ତଥା ଗମନାଗମନର ସୁବିଧା ପ୍ରତି ରାଜ୍ୟ ସରକାର ଆଖି ବୁଜି ଦେଇଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି, ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ କେବଳ କେନ୍ଦ୍ରକୁ ଦୋଷ ଦେବା ବିଜେଡ଼ି ନେତା ତଥା ସରକାରଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି। ପ୍ରତ୍ୟକ ଦିନ ଖବରକାଗଜରେ ରାଜ୍ୟ ସରକାରଙ୍କ ବିଫଳତାର ଚିତ୍ର ପ୍ରକାଶିତ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ପ୍ରତାରଣା ହୋଇଛି। ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାରି ହେବା ପାଇଁ ଚେଷ୍ଟା କରନ୍ତି, ଆଉ ନିର୍ବାଚନ ସରିଲେ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଆନ୍ତି ବୋଲି ପ୍ରତାପ ଚନ୍ଦ୍ର ପ୍ରଧାନ କହିଛନ୍ତି। ବଡକେରା-ଆଠଗଡ ରାଜ୍ୟ ରାଜପଥ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ବଉଳିଗଡ ବ୍ରିଜ୍, କୁମୁରିସିହା-ଫୁଲପଡା ରାସ୍ତା ଖରାପ ଅବସ୍ଥାରେ ଅଛି। ଅନୁଗୁଳ ମ୍ୟୁନିସପାଲଟିର କଲେଜ ଛକ ଠାରୁ ଆରମ୍ଭ କରି ବିଭିନ୍ନ ରାସ୍ତା ଶୋଚନୀୟ ହୋଇ ପଡିରହିଛି। ଖଣି ସମୃଦ୍ଧ ଅଞ୍ଚଳ ଅନୁଗୁଳ ରୁ ପ୍ରଚୁର ରାଜସ୍ୱ ଆଦାୟ କରୁଥିଲେ ମଧ୍ୟ ରାଜ୍ୟ ସରକାର ଅଞ୍ଚଳକୁ ସେହି ଅନୁସାରେ ବିକାଶ ପାଇଁ ଦୃଷ୍ଟି ଦେଉନାହାନ୍ତି। ବିଜେଡି ନେତା ଯେଉଁ କଟକ-ଅନୁଗୁଳ-ସମ୍ବଲପୁର ରାଜପଥ କଥା କହୁଛନ୍ତି, ଆଜି ଯେତିକି ଦ୍ରୁତ ଗତିରେ ତ୍ୱରାନ୍ୱିତ ହେଉଛି, ତାହା କେବଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ପାଇଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। କିନ୍ତୁ ଏତେ ବିଳମ୍ବ କାହିଁକି ହେବାକଥା ସେ ବିଷୟରେ ମୁଁହ ଖୋଲିଲେ ନାହିଁ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରା, ଯଯାତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Square Ad 1
Leave A Reply

Your email address will not be published.