Webportal

ଅନୁଗୁଳ ଗସ୍ତରେ ଅନୁସୂଚିତ ଜାତି ଓ ଜନଜାତି ନିର୍ଦ୍ଧେଶକ

sanitry
0 238

 

ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ନିମନ୍ତେ ଅନୁଗୁଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ନିର୍ଦ୍ଧେଶକ(ଅନ୍ୟାନ୍ୟ ପଛୁଆ ବର୍ଗ)ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ଉନ୍ନୟନ ବିଭାଗର ଶ୍ରୀ ପ୍ରଶାନ୍ତ କୁମାର ସେନାପତି ଆଜି ଅନୁଗୁଳ ଗସ୍ତରେ ଆସି ସର୍କିଟ ହାଉସ ଠାରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରଅଗ୍ରଗତି ସମ୍ପର୍କରେ ସେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବା ସହ ଶୁଦ୍ଧ, ନିର୍ଭୁଲ ଓ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ତରଫରୁ ସେମାନଙ୍କ ବୁଥ ସ୍ତରୀୟ ଏଜେଣ୍ଟ ନିଯୁକ୍ତି ପାଇଁ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ।ଆଠମଲ୍ଲିକ ଓ ପାଲହଡ଼ା ଉପାନ୍ତ ଅଞ୍ଚଳର ଅନୁସୂଚିତ ଜାତି ଓ ଜନଜାତିର ନିରକ୍ଷର ଭୋଟର ମାନଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବା ସହ ବିବାହିତା ମହିଳାଙ୍କ ଶାଶୁ ଘର ନିର୍ବାଚନ ମଣ୍ଡଳୀରେ ସେମାନଙ୍କ ନାମକୁ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଥିଲେ।ନିର୍ବାଚନ କମିଶନ ଭିନ୍ନକ୍ଷମ ମାନଙ୍କ ଉପରେ ପ୍ରାଧ୍ୟାନ୍ୟ ଦେଉଥିବାରୁ ସେମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ,୨୦୧୧ ଜନଗଣନା ସହ ବର୍ତ୍ତମାନ ସୁଦ୍ଧା ୧୮ ବର୍ଷରୁ ଉର୍ଦ୍ଧ ସମସ୍ତ ଭୋଟରମାନଙ୍କ ସଂଖ୍ୟାକୁ ମିଳାଇବାକୁ ମଧ୍ୟ ପରାମର୍ଶ ଦେଇଥିଲେ।ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବୁଥ ସ୍ତରରୁ ଆସିଥିବା ଦରଖାସ୍ତ ଗୁଡିକୁ ତୁରନ୍ତ ଫଇସଲା କରି ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ।ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ସଫଳତାର ସହ ଚାଲୁଥିବାରୁ ନିର୍ଦେଶକ ସନ୍ତୋଷ ପ୍ରକାଶ କରିଥିଲେ।ଚଳିତ ମାସ ପନ୍ଦର ତାରିଖ ସୁଦ୍ଧା ଉପସ୍ଥାପିତ ଆପତି ଅଭିଯୋଗ ଗୁଡ଼ିକର ଫଇସଲା ସତେଇସ ତାରିଖ ସୁଦ୍ଧା ହୋଇ ଓ ଫେବୃଆରୀ ଚାରି ତାରିଖ ସୁଦ୍ଧା ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟ ସାରି ସାତ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ହେବ।

Square Ad 1
Leave A Reply

Your email address will not be published.