ଅନୁଗୁଳ ଜିଲ୍ଲାରେ ଅାଉ ୪ ଡେଙ୍ଗୁ ରୋଗୀ ଚିହ୍ନଟ ହେବାଦ୍ୱାରା
ସମୁଦାୟ ଡେଙ୍ଗୁ ରୋଗୀ ସଂଖ୍ୟା ଜିଲ୍ଲାରେ ୨୦ରେ ପହଞ୍ଚିଲା ।
ଜିଲ୍ଲାରେ ଆଉ ୪ ଜଣଙ୍କ ଠାରୁ ଡେଙ୍ଗୁ ଭୂତାଣୁ ଚିହ୍ନଟ ହୋଇଛନ୍ତି ଯେଉଁମାନଙ୍କ ମଧ୍ୟରୁ ୨ ଜଣ ବଅଁରପାଳ ଅଞ୍ଚଳର ହୋଇଥିବା ବେଳେ ଜଣେ ଗୋଡିବନ୍ଧ ଓ ଅନ୍ୟ ଜଣେ ବନ୍ତଳା ଅଞ୍ଚଳର । ୨୦ ରୁ ୧୭ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିହ୍ନଟ ହୋଇଥିବା ବେଳେ ୩ ଜଣ କଟକରେ ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଲାର ସର୍ବାଧିକ ୭ ଜଣ ଡେଙ୍ଗୁ ରୋଗୀ ବନ୍ତଳା ଅଞ୍ଚଳରୁ ବୋଲି ଜଣାପଡ଼ିଛି ।

Prev Post