Webportal

ଅନୁଗୁଳ ଜିଲ୍ଲାରେ ବଢିଚାଲିଛି କରୋନା ମିଟର:ନିଜ ସହ ପରିବାର ସୁରକ୍ଷା ନିଜ ହାତରେ

sanitry
0 202

ଆଜି ଅନୁଗୁଳ ଜିଲ୍ଲାରୁ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହେବାସହ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଲା ୩୯୫ରେ।ବନରପାଳ ବ୍ଲକରୁ ୫ ଜଣ, କଣିହାଁ ବ୍ଲକରୁ ୩ ଜଣ ଓ ଛେଣ୍ଡିପଦା ବ୍ଲକରୁ ୨ ଜଣ ଏମାନଙ୍କ ମଧ୍ୟରେ ଥିବା ସୂଚନା ମିଳିଛି।ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି, ହୋମ କ୍ୱାରେଣ୍ଟଟାଇନ ରେ ଥିବା ଓ ବାହାର ଜିଲ୍ଲାରୁ ଆସିଥିବା ବ୍ୟକ୍ତି ଆଜିର ଚିହ୍ନଟ ପଜିଟିଭଙ୍କ ମଧ୍ୟରେ ଅଛନ୍ତି।ଏହି ସଂଖ୍ୟାରୁ ଜଣେ ଆକ୍ରାନ୍ତ ଭୁବନେଶ୍ୱର ର ଏକ ଘରୋଇ କୋଭିଡ ହସ୍ପିଟାଲରେ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଛନ୍ତି।ଅନ୍ୟ ନଅ ଜଣ ଆକ୍ରାନ୍ତଙ୍କୁ ତାଳଚେର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।ଇତି ମଧ୍ୟରେ ଜିଲ୍ଲାରେ ଆଉ ୬ ଜଣ ସୁସ୍ଥ ହେବା ସହ ସୁସ୍ଥଙ୍କ ସଂଖ୍ୟା ପହଁଚିଛି ୨୬୭ ରେ।ଏ ସମସ୍ତ ସୂଚନା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ସେଠି ପ୍ରଦାନ କରିଛନ୍ତି।

Square Ad 1
Leave A Reply

Your email address will not be published.