ଅନୁଗୁଳ ଜିଲ୍ଲାରେ ଶୁକ୍ରବାର ଦିନ ଲକ ଡାଉନ ନ ମାନିବା ପାଇଁ ନଅ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ଦୁଇଟି ମୋଟର ସାଇକେଲ ଓ ଖେଳୁଥିବା ସମୟରେ ତାଶ ଆଦି ଜବତ କରାଯାଇଛି।ଜରପଡା ଥାନାରେ ଚାରିଜଣ, କଲିଆରୀ ଥାନାରେ ଦୁଇଜଣ, ଏନଟିପିସି ଥାନାରେ ଦୁଇଜଣ ଓ ରେଙ୍ଗାଳୀ ଥାନାରେ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।
ସେହିପରି କ୍ୱାରେଣ୍ଟଟାଇନ ଅବମାନନା ପାଇଁ ବନରପାଲ ଥାନାରେ ତିନି ଜଣ,ଅନୁଗୁଳ ଥାନାରେ ଜଣେ ଓ ଏନଟିପିସି ଥାନାରେ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ସେମାନଙ୍କୁ ହୋମ କ୍ୱାରେଣ୍ଟଟାଇନ କୁ ସିଫ୍ଟ କରିଦିଆଯାଇଛି।