ଜିଲ୍ଲା ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲାରେ ମଙ୍ଗଳବାର ଲକ ଡାଉନ ନ ମାନିବା ପାଇଁ ୧୫ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ୫ ଟି ମଟର ସାଇକେଲ,ଗୋଟିଏ ଅଟୋ ରିକ୍ସା,୬ ଲିଟର ଦେଶୀ ମଦ ଓ ୨୪୮ ଲିଟର ଆଇ ଏମ ଏଫ ଏଲ ଜବତ କରାଯାଇଛି।କଣିହାଁ ଥାନାରେ ଜଣେ, ହଣ୍ଡପା ଥାନାରେ ଦୁଇ ଜଣ,କିଆକଟା ଥାନାରେ ଜଣେ, ଅନୁଗୁଳ ଥାନାରେ ଜଣେ, ବନରପାଲ ଥାନାରେ ୩ ଜଣ ଓ ଛେଣ୍ଡିପଦା ଥାନାରେ ସାତ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି।
ସେହିପରି କ୍ୱାରେଣ୍ଟଟାଇନ ଅବମାନନା ପାଇଁ ପାଲହଡା ଥାନାରେ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
ଗୁଜବ ପ୍ରଚାର କରିବା ପାଇଁ ରେଙ୍ଗାଳୀ ଥାନାରେ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।