ଦେଶରେ ସର୍ବାଧିକ ପରିଶ୍ରମ କରୁଛି ଓଡ଼ିଶା ପୋଲିସ ଯାହାକୁ ନେଇ ଏକ ରିପୋର୍ଟ ସମ୍ପ୍ରତି ପ୍ରକାଶ ପାଇଛି।ଏହାକୁ ସତ୍ୟ ବୋଲି ପ୍ରମାଣିତ କରୁଛି ଅନୁଗୁଳ ପୋଲିସର କାର୍ଯ୍ୟ।ଗତ ୩୧ ତାରିଖ ରାତିରେ ପାର୍କିଂ ହୋଇଥିବା ବେଳେ ଖଲାରି ଅଞ୍ଚଳରୁ ଦୁର୍ବୁର୍ତ୍ତ ମାନେ ଏକ ବୋଲେରୋ ଗାଡିକୁ ଚୋରି କରି ନେଇଥିଲେ, ଯାହାର ଏତଲା ୧ ତାରିଖରେ ଅନୁଗୁଳ ଥାନାରେ ଦିଆଯାଇଥିଲା ଓ ପୋଲିସ ୨ ତାରିଖରେ ଚୋରି ଗାଡିକୁ ଉଦ୍ଧାର କରିବା ସହ ସମ୍ପୃକ୍ତ ଅପରାଧି ଅନୁଗୁଳ ଗାନ୍ଧିମାର୍ଗ ଅଞ୍ଚଳର ଅଜୟ ସାହୁ ଏବଂ ଗୋୖରୀଲାଲ ଗୁପ୍ତା କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ଆଉ ଏକ ଘଟଣାରେ ୩ ତାରିଖ ମଧ୍ୟ ରାତ୍ରି ରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଇନ୍ଦ୍ରହରି ନଗରର ଏକ ନିର୍ମାଣ ଧୀନ ଘରେ ଚଢ଼ାଉ କରି ଡକାୟତି ଯୋଜନା କରୁଥିବା ସାତ ଜଣ ଅପରାଧିଙ୍କୁ ଗିରଫ କରିବା ସହ ଡକାୟତି ରେ ବ୍ୟବହାର ହେବାକୁ ଥିବା ମାରଣାସ୍ତ୍ର, ମୋବାଇଲ ଫୋନ, ବାଇକ,ସ୍କୁଟି ଆଦି ଜବତ କରିଥିଲେ।ଗିରଫ ଅପରାଧି ମାନେ ସ୍ଥାନୀୟ ପଞ୍ଚମହଲା, ରନ୍ତେଳେଇ, ତୁରଙ୍ଗ ଏବଂ ହେମସୁରପଡା ଅଞ୍ଚଳର ଓ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଅନ୍ୟ ଏକ ଘଟଣାରେ ଅଗଷ୍ଟ କୋଡିଏ ତାରିଖରେ ଏକ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ ଅଭିଯୋଗ ରେ ତିନି ତାରିଖରେ ସୁବଳ ନାୟକ ନାମକ ଅପରାଧି କୁ ଗିରଫ କରି ଅନୁଗୁଳ ପୋଲିସ କୋର୍ଟ ଚାଲାଣ କରିଛି। ଫୁଣି ଅନ୍ୟ ଏକ ଘଟଣାରେ ଗତ କାଲି ଏକ ବାଇକ ଚୋରି ରାକେଟ ର ପର୍ଦାଫାଶ କରିବା ସହ ୬ ଟି ବାଇକ ଜବତ ଓ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅନୁଗୁଳ ପୋଲିସ।ଉକ୍ତ ବାଇକ ଗୁଡିକ ଅନୁଗୁଳ ବସଷ୍ଟାଣ୍ଡ ଓ ମେଡିକାଲ ଏବଂ ଢେଙ୍କାନାଳ ଅଂଚଳରୁ ଚୋରି କରା ଯାଇଥିଲା।ଗିରଫ ମାନେ ଇଙ୍କରବନ୍ଧ,ବସଲା ଏବଂ ଗୁରାଙ୍ଗ ଅଞ୍ଚଳର।

Prev Post
Next Post