Webportal

ଅନୁଗୁଳ ବିକଳାନନ୍ଦ କର ଖାଦ୍ୟ ଦୋକାନ ରେ ଗ୍ରାହକଙ୍କୁ ଅସଭ୍ୟ ଭଳି ବ୍ୟବହାର

ଲାଭଖୋର ମନବୃତି ନେ଼ଇ ବ୍ୟବସାୟ କରି ଫିଙ୍ଗା ଫୋପଡ଼ା କଥାବାର୍ତ୍ତା

sanitry
0 208

କିଛି ଅଭିଯୋଗ ମିଳିବା ପରେ ଆମ ସମ୍ବାଦଦାତା ଉକ୍ତ ଖାଦ୍ୟ ବିକ୍ରୀ କରୁଥିବା ଦୋକାନକୁ ଗ୍ରାହକ ହୋଇ ଯାଇ ବାସ୍ତବ ସ୍ଥିତି ପରଖି ଥିଲେ। ସେଠାରେ ଖାଦ୍ୟ ବିକ୍ରି କରୁଥିବା କିଛି କର୍ମଚାରୀଙ୍କ ବ୍ୟବହାର ଦେଖି ଆମେ ଚିନ୍ତା କରିବାକୁ ବାଧ୍ୟ ହେଲୁ ଯେ ଇଏ କଣ ସେହି ଦୋକାନ ଯାହା ଅନୁଗୁଳ ବାସୀଙ୍କୁ ଖାଦ୍ୟ ପଦାର୍ଥ ବିକ୍ରୟ ରେ ଉତ୍ତମ ସେବା ଯୋଗାଇ ଦେବା କଥା କହୁଥିଲା। ଆମକୁ ଦେଖିବାକୁ ମିଳିଲା ଫିଙ୍ଗା ଫୋପଡା କଥାବାର୍ତ୍ତା। ଇଚ୍ଛା ହେଲେ ନିଅ ନ ହେଲେ ନାହିଁ। ଖାଦ୍ୟ ଆମଠୁ କିଣିବାକୁ ବହୁତ ଗ୍ରାହକ ଅଛନ୍ତି। ଆମେ ଯୋଗାଇ ପାରୁ ନାହୁଁ। ଏହା ବାଦ ଏହି ଦୋକାନର କିଛି ଖାଦ୍ୟ ଖାଇ ଲୋକେ ଅସୁସ୍ଥ ମଧ୍ୟ ହେଇ ଥିବାର ଖବର ମଧ୍ଯ ଅଛି। କିନ୍ତୁ ବୋଧହୁଏ ଯାଞ୍ଚ ଅଧିକାରୀଙ୍କ ସହ ମଧୁଚନ୍ଦ୍ରିକା ଥିବା କାରଣରୁ ସବୁ ଦୋଷ ମାଫ୍ ହେଇଯାଉଛି। ଆଉ ମଧ୍ଯ ଉଚ୍ଚ ରାଜନୈତିକ କ୍ଷମତା ସମ୍ପନ୍ନ ବ୍ୟକ୍ତିଙ୍କ ଘର ଭଡ଼ା ରେ ନେଇଥିବାରୁ କେହି କିଛି କରି ପାରିବେନି ଓ ମନଇଚ୍ଛା କାରବାର କରିବାର ଚିନ୍ତାଧାରା ଥିବା ଆଶଙ୍କାକୁ ମଧ୍ୟ ଏଡାଇ ଦିଆ ଯାଇ ନ ପାରେ।

Square Ad 1
Leave A Reply

Your email address will not be published.