Webportal

ଅପରାଜିତାଙ୍କ ଲୋକପ୍ରିୟତା ବୃଦ୍ଧିରେ ସହାୟକ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପ

sanitry
0 96

ନବୀନ ସରକାରଙ୍କ ତରବରିଆ କାର୍ଯ୍ୟକଳାପ ଅପରାଜିତା ଷଡ଼ଙ୍ଗୀ ଙ୍କ ରାଜନୈତିକ ମାର୍ଗ ପ୍ରଶସ୍ତ କରୁଛି କି!!? ପଢନ୍ତୁ ପୁରା ଖବର।

ବେଶୀ ନୁହେଁ, ଟିକିଏ ପଛକୁ ଫେରିଯିବା। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପରିକ୍ରମା ପ୍ରକଳ୍ପ ର ବିରୋଧ କରିବାକୁ ପୁରୀ ଗସ୍ତ କରିଥିଲେ। ବିଚକ୍ଷଣ ଓ ଚାଲାକ୍ ନେତ୍ରୀ ହୋଇଥିବା କାରଣରୁ ସେ ତାଙ୍କର ଏହି ଗସ୍ତକୁ ପ୍ରଥମେ ପଦଯାତ୍ରା ଏବଂ ପ୍ରଶାସନ ବିରୋଧ କରିବାରୁ ପରେ ଏହାକୁ ସାଧାରଣ ଦର୍ଶନର ନାଁ ଦେଇଥିଲେ। କିନ୍ତୁ ପ୍ରଶାସନ ତରଫରୁ ତାଙ୍କ ଗାଡ଼ିକୁ ବହୁ ପୂର୍ବରୁ ଅଟକା ଯାଇଥିଲା ଓ ମନ୍ଦିର ଯିବାକୁ ବାରନ କରାଯାଇଥିଲା। କିନ୍ତୁ ପରେ ସେ ନିଜ ଜିଦିରେ ଅଟଳ ରହି ଚାଲିବାକୁ ଆରମ୍ଭ କରିଥିଲେ ଓ ପ୍ରଶାସନ ଆତ୍ମସମର୍ପଣ କରି ଗାଡ଼ିରେ ଯିବାକୁ ଅନୁମତି ଦେଇଥିଲେ। ଏହି ଘଟଣା ତାଙ୍କୁ ଗଣମାଧ୍ୟମ ରେ ଚର୍ଚ୍ଚିତ କରିଥିଲା।

ହାଲରେ ତାରାତାରିଣୀ ପୀଠର ନବକଲେବର କୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। ଚାଲାକ୍ ନେତ୍ରୀ ଭାବେ ଅପରାଜିତା ମଧ୍ୟ ଲୋକପ୍ରିୟ ହେବାର ସୁଯୋଗ ହାତଛଡ଼ା ନ କରି ତୁରନ୍ତ ମାଙ୍କ ଦର୍ଶନରେ ବାହାରି ଥିଲେ। ଏଥର ମଧ୍ୟ ପ୍ରଶାସନ ତାଙ୍କ ଗାଡ଼ିକୁ ଅଟକାଇ ଥିଲେ ଓ ସେ ତିନି କିଲୋମିଟର ଚାଲି ଚାଲି ଯାଇ ଦର୍ଶନ କରିଥିଲେ। ଏହି ଘଟଣା ମଧ୍ୟ ତାଙ୍କୁ ବହୁତ୍ ପ୍ରଚାର ଦେଇଛି।

ପୁରୀ ଗସ୍ତ ସମୟରେ ଅପରାଜିତା ରାଜ୍ୟ ସରକାରଙ୍କୁ ଦୋଷ ଦେଉଥିଲେ। କିନ୍ତୁ ଗଞ୍ଜାମ ଗସ୍ତ ସମୟରେ ଅଧିକ ଚାଲାକ ହୋଇ ସବୁ ମାଙ୍କ ଇଚ୍ଛା ବୋଲି କହିଥିଲେ। ଏହାଦ୍ବାରା ସେ ଅଯଥା ବିବାଦକୁ ଏଡାଇଯାଇ ନିଜର ରାଜନୈତିକ ଭବିଷ୍ୟତ ଉପରେ ଗୁରୁତ୍ବ ଦେଉଥିବା ଦେଖା ଯାଇଥିଲା।

କେବଳ ଭୁବନେଶ୍ୱର ସାଂସଦ ଥିବା ଓ ଦଳର କୌଣସି ସଂଗଠନ ଦାୟିତ୍ୱରେ ନ ଥିବା ସତ୍ତ୍ବେ ଅପରାଜିତା ନିଶ୍ଚିତ କୌଣସି ଯୋଜନା ଅନ୍ତର୍ଗତ ଏହିଭଳି ରାଜ୍ୟ ସରକାରଙ୍କୁ ସିଧାସଳଖ ମୁକାବିଲା କରିବା ପାଇଁ ଚେଷ୍ଟା କରୁଛନ୍ତି ଓ ସଫଳ ମଧ୍ୟ ହେଉଛନ୍ତି। କାରଣ ରାଜ୍ୟ ସରକାର ଅପରାଜିତାଙ୍କ ଯୋଜନା ବୁଝିବାକୁ ଚେଷ୍ଟା ନ କରି ଅପରିପକ୍ୱତା ପ୍ରଦର୍ଶନ କରୁଛନ୍ତି। ଏହା ଫଳରେ ଷଣ୍ଢ ଓ ବାଛୁରୀ ଲଢେଇରେ ବାଛୁରୀର ଷଣ୍ଢ ହେବାର ପଥ ଟିକିଏ ଖୋଲି ଯାଉଛି।

Square Ad 1
Leave A Reply

Your email address will not be published.