Webportal

ଅପରାଧୀଙ୍କ ପାଇଁ ଦୁସ୍ଵପ୍ନ ପାଲଟିଛନ୍ତି ଅନୁଗୁଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ

ଦୁଇଦିନ ଭିତରେ ଧରପଡିଲା ଗୁଳିକାଣ୍ଡର ଅପରାଧୀ ।ପୂର୍ବ ଶତ୍ରୁତା ପାଇଁ ନିଶାସକ୍ତ ଅବସ୍ଥାରେ ବାପାଙ୍କ ବଦଳରେ ଭୁଲରେ ଭାଇ ଓ ଭଉଣୀକୁ କରିଥିଲା ଗୁଳି।

sanitry
0 149

ଅପରାଧୀଙ୍କ ପାଇଁ ଦୁସ୍ଵପ୍ନ ପାଲଟିଛନ୍ତି ଅନୁଗୁଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ।ଦୁଇଦିନ ଭିତରେ ଧରପଡିଲା ଗୁଳିକାଣ୍ଡର ଅପରାଧୀ ।ପୂର୍ବ ଶତ୍ରୁତା ପାଇଁ ନିଶାସକ୍ତ ଅବସ୍ଥାରେ ବାପାଙ୍କ ବଦଳରେ ଭୁଲରେ ଭାଇ ଓ ଭଉଣୀକୁ କରିଥିଲା ଗୁଳି।ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭାଗମୁଣ୍ଡା ଗାଁର ଭାଇ ଭଉଣୀକୁ ଗୁଳି ମାରିବା ଘଟଣାରେ ଗୁଳି ମାରିଥିବା ଅଭିଯୁକ୍ତ ପ୍ରଶାନ୍ତ ମିର୍ଧାକୁ ସମ୍ବଲପୁର ନାକଟିଦେଉଳ ଅଞ୍ଚଳରୁ ପୁଲିସ ଧରିବାକୁ ସକ୍ଷମ ହୋଇଛି । ଭାଇ – ଭଉଣୀଙ୍କ ବାପା ପ୍ରଫୁଲ ମିର୍ଧା ସହ ପୂର୍ବ ଶତ୍ରୁତାରୁ ଅଭିଯୁକ୍ତ ପ୍ରଶାନ୍ତ ମିର୍ଧା ଗୁଳି କାଣ୍ଡ କରିଥିବା ଜଣା ପଡିଛି ।ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭଗାମୁଣ୍ଡା ଗାଁରେ ରାତିରେ ପ୍ରଫୁଲ୍ଲ ମିର୍ଧାଙ୍କ ୧୧ ବର୍ଷର ପୁଅ ପ୍ରକାଶ ମିର୍ଧା ଓ ୧୫ ବର୍ଷୀୟ ଝିଅ ଯଜ୍ଞସେନୀ ମିର୍ଧା ଘର ବାରଣ୍ଡାରେ ଶୋଇଥିଲେ । ରାତି ପ୍ରାୟ ୧୨ ଟା ବେଳେ ହଠାତ ଉଭୟ ଚିତ୍କାର କରି ଉଠିଥିଲେ । ପରିବାର ଲୋକ ଦଉଡି ଆସି ଦେଖିବା ବେଳେକୁ ସେମାନଙ୍କ ଦେହରେ ଗୁଳି ବାଜିଛି । ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ କିଶୋରନଗର ମେଡିକାଲ ଓ ପରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଉଭୟଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରା ଯାଇଛି । ଏବେ ମଧ୍ୟ ଉଭୟ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଅନୁଗୁଳ ପୋଲିସ ର ଏକ ଟିମ ସେଠାରେ ସେମାନଙ୍କ ତଦାରଖ କରୁଛନ୍ତି।ଏହି ଘଟଣାରେ ଅନୁଗୁଳ ଜିଲ୍ଲା ଏସ ପି ରାହୁଲ ଜୈନ ଘଟଣାସ୍ଥଳକୁ ଯାଇ ନିଜେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଏକ ଟିମ ଗଠନ କରି ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ । ପ୍ରଥମେ ଶିକାରୀ ଗୁଳି ବାଜି ଏହି ଅଘଟଣ ଘଟିଥାଇ ପାରେ ବୋଲି ସନ୍ଦେହ କରା ଯାଉଥିଲା । ତେବେ ତଦନ୍ତ ବେଳେ ପୂର୍ବ ଶତ୍ରୁତାରୁ ଏହି କାଣ୍ଡ ଘଟିଥିବା ପୁଲିସ ଜାଣିବାକୁ ପାଇଥିଲା । ପ୍ରଫୁଲ ମିର୍ଧାଙ୍କ ସହ ଗାଁର ପ୍ରଶାନ୍ତ ମିର୍ଧାଙ୍କର ପୂର୍ବରୁ ଝଗଡା ହୋଇଥିଲା । ଏହି ରାଗରେ ପ୍ରଶାନ୍ତ ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ଆସି ବାରଣ୍ଡାରେ ପ୍ରଫୁଲ ଶୋଇଥିବା ଭାବି ଗୁଳି କରି ଫେରାର ହୋଇ ଯାଇଥିଲେ । ତେବେ ଶନିବାର ପୁଲିସ ପ୍ରଶାନ୍ତଙ୍କୁ ନାକିଟିଦେଉଳ ଅଞ୍ଚଳରୁ ଧରିବାକୁ ସଫଳ ହୋଇଥିବା ବେଳେ ତାକୁ କିଶୋରନଗର ଅଣା ଯାଉଛି । ଏଠାରେ ତାକୁ ଅଧିକ ପଚରାଉଚରା ପରେ କୋର୍ଟ ଚାଲାଣ କରାଯିବ। ଅପରାଧୀ ନିକଟରୁ ଦୁଇଟି ବନ୍ଧୁକ ସହ ଗୋଟାଏ ମୋବାଇଲ ଫୋନ ଜବତ କରିଛି ପୋଲିସ। ଅନୁଗୁଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜେନ କହିଛନ୍ତି ଯେ ଅପରାଧୀ ତାର କରିଥିବା ଅପରାଧ ପାଇଁ ଯେମିତି କଠୋର ଦଣ୍ଡ ପାଇବ ତାହା ପ୍ରତି ଅନୁଗୁଳ ଜିଲ୍ଲା ପୋଲିସ ଧ୍ୟାନ ଦେବ। ପୋଲିସ ଏହି ଗୁଳିକାଣ୍ଡ ଘଟଣାର ତଦନ୍ତ ଆଗକୁ ମଧ୍ୟ ଜାରି ରଖିବ। ଏ ସମସ୍ତ ସୁଚନା ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ରବିବାର ସନ୍ଧ୍ୟାରେ ଏକ ସାମ୍ୱାଦିକ ସମ୍ମିଳନୀରେ ପ୍ରଦାନ କରିଛନ୍ତି।

Square Ad 1
Leave A Reply

Your email address will not be published.