Webportal

ଅପରାଧୀ ସାଜିଛି ଟାମଡା

sanitry
0 204

ଅପରାଧୀ ସାଜିଛି ଟାମଡ଼ା। ପ୍ରିୟ ପାଠକବନ୍ଧୁ ଆପଣ ମାନେ ଭାବୁଥବେ ଏକ ସରକାରୀ ସଂସ୍ଥା କିଭଳି ଅପରାଧି ହେଲା।ଆଜ୍ଞା ହଁ ଏହା ସରକାରୀ ସଂସ୍ଥା ହୋଇ ଖୁଲମଖୁଲା ଅପରାଧ କରି ଚାଲିଛି।
ଟାମଡା ମାନେ ତାଳଚେର ଅନୁଗୁଳ ଉନ୍ନୟନ କର୍ତ୍ତୃପକ୍ଷ।ଏହାର କାର୍ଯ୍ୟ ହେଲା ସରକାରୀ ନିୟମ ଅନୁଯାୟୀ ଏହାର ନିର୍ଦ୍ଧାରିତ ଅଂଚଳରେ ବ୍ୟବସାୟିକ ଓ ଆବାସିକ ନିର୍ମାଣ କରାଇବା ଓ ଅଞ୍ଚଳର ଉନ୍ନୟନ କିପରି ହେବ ଦେଖିବା।କିନ୍ତୁ ଏପରି ହେଉନାହିଁ।ଟାମଡ଼ା ଦାୟିତ୍ୱରେ ଥିବା ବାବୁମାନେ ମୋଟା ଅଙ୍କର ଟଙ୍କା ଲାଞ୍ଚ ଆକାରରେ ନେଇ ପ୍ଲାନ ଗୋଟିଏ ପ୍ରକାରର ଅନୁମୋଦନ କରାଉଛନ୍ତି ଓ ତାଙ୍କ ଜ୍ଞାନ୍ତସାରରେ ନିର୍ମାଣ ସମ୍ପୂର୍ଣ ଅଲଗା ପ୍ରକାରରେ ବେଆଇନ ଭାବେ ହେଉଛି। ଯେମିତିକି ପାର୍କିଂ ଜାଗା ନ ଥାଇ ଲୋକମାନେ ଅନ୍ୟ ଜାଗାରେ ଗାଡି ରଖୁଛନ୍ତି ଯାହା ଫଳରେ ଗଣ୍ଡଗୋଳ ହେଉଛି। ଆଉ ଏକ ଉଦାହରଣ ହେଉଛି ବ୍ୟବସାୟିକ ଅନୁମୋଦନ ଥିବା ଜାଗାରେ ଆବାସିକ ଓ ଆବାସିକ ଅନୁମୋଦନ ଥିବା ଜାଗାରେ ବ୍ୟବସାୟିକ ନିର୍ମାଣ ହେଉଛି ଯାହାଫଳରେ ଲୋକଙ୍କ ଶାନ୍ତି ଭଙ୍ଗ ହେଉଛି ଓ ସେମାନଙ୍କ ଭଲରେ ବଞ୍ଚିବାର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି।ସମସ୍ତ ବେଆଇନ କାର୍ଯ୍ୟ ହେଉଛି ଟାମଡା ବାବୁମାନଂକ ଜାଣତରେ। ଏପରିକି ପାର୍କିଂ ପାଇଁ ବ୍ୟବସ୍ଥା ମଧ୍ୟ ରହୁନାହିଁ। ନିୟମ ଠାରୁ ଯଥେଷ୍ଟ କମ ସର୍ବସାଧାରଣ ରାସ୍ତା ଛାଡି ନିର୍ମାଣ କାର୍ଯ୍ୟ ହେଉଛି।କିଛି ନିର୍ମାଣ ତ କୌଣସି ପ୍ରକାର ନିୟମ ବା ବେନିୟମ ଅନୁମୋଦନ ବିନା ଏହି ବାବୁମାନଙ୍କ ଇଙ୍ଗିତରେ ହେଉଛି।ପ୍ରକୃତ ଅସୁବିଧା କଣ ହେଉଛି ଯେଉଁ ବ୍ୟକ୍ତି ଟାମଡା ଅଞ୍ଚଳରେ ରହୁଥିବେ ସେମାନେ ଅଙ୍ଗେ ଲିଭାଉଥିବେ।
ତାହାହେଲେ ପାଠକବନ୍ଧୁ ଆପଣ ମତ ଦିଅନ୍ତୁ ଯେ ଟାମଡ଼ା ଅପରାଧି ନୁହେଁ କି।

Square Ad 1
Leave A Reply

Your email address will not be published.