ଆଜି ଅନୁଗୁଳ ଜିଲ୍ଲାରୁ ୭ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୯ ରେ ପହଁଚିଲା। ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଏକ ସଂସ୍ଥାର ଆଇସୋଲେସନ ୱାର୍ଡରେ ରଖାଯାଇଥିବା ବେଳେ ଅନ୍ୟ ୬ ଜଣଙ୍କୁ ତାଳଚେର କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। ଗତକାଲି ୫ ଜଣ ସୁସ୍ଥ ହେଇ କୋଭିଡ କେୟାର ସେଣ୍ଟରକୁ ନିରୀକ୍ଷଣ ପାଇଁ ଯାଇଛନ୍ତି।ଏହାକୁ ମିଶାଇ ଜିଲ୍ଲାରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୦୫ ଓ ଆକ୍ଟିଭ କେଶ ୩୩ ବୋଲି ଜଣାପଡିଛି। ଏ ସମସ୍ତ ସୂଚନା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ସେଠି ପ୍ରଦାନ କରିଛନ୍ତି।