ଅଦାଲତ ଗୁଡିକରେ ପଡି ରହୁଥିବା ମୋକଦ୍ଦମା ଗୁଡ଼ିକ ବିଚାରପତିଙ୍କ ଦ୍ୱାରା ଲମ୍ବା ଛୁଟି ଓ ଦୀର୍ଘକାଳୀନ ତାଲିମ ଯୋଗୁଁ ସଠିକ ସମୟରେ ବିଚାର ହୋଇ ପାରିନାହିଁ।ସେଥିପାଇଁ ଆଜି ଅନୁଗୁଳ ଜିଲ୍ଲା କୋର୍ଟର ୨ୟ ମହଲାରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଙ୍କ ନୂତନ କୋର୍ଟକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ବିଚାରପତି ଶ୍ରୀ ଚିତରଂଜନ ଦାସ ଓ ଶ୍ରୀ ବିଶ୍ୱନାଥ ରଥ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।ଏଣିକି ବିଚାରପତି ମାନେ ଲମ୍ବାଛୁଟି ଓ ତାଲିମ କାର୍ଯ୍ୟକ୍ରମ ରେ ଗଲେ ସେମାନଙ୍କର ମୋକଦ୍ଦମା ଏହି ଅଦାଲତରେ ବିଚାର କରାଯିବ।ସରକାରଙ୍କ ନ୍ୟାୟିକ ବ୍ୟବସ୍ଥା ରେ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ନିମନ୍ତେ ଏହା ଏକ ଅଭିନବ ଉଦ୍ୟମ।ନୂତନ ଅଦାଲତରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ସୌମ୍ୟକ ପାତ୍ର ପ୍ରଥମ ମୋକଦ୍ଦମା ର ଶୁଣାଣି କରିଥିଲେ।
