Webportal

ଉଦଯାପିତ ହୋଇଛି ଅଷ୍ଟମ ଅନୁଗୁଳ ଜିଲ୍ଲା ମହୋତ୍ସବ

sanitry
0 229

ଅନୁଗୁଳ ଷ୍ଟାଡିୟମ ପରିସରରେ ୩ ଦିନ ଧରି ଚାଲି ଥିବା ଅଷ୍ଟମ ଜିଲ୍ଲା ମହୋତ୍ସବ ଗୁରୁବାର ଦିନ ଉଦଯ଼ାପିତ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ମନୋଜ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହୋତ୍ସବର ଉଦଯ଼ାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭା ଉପବାଚଷ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ ଯୋଗ ଦେଇ ନିଜ ବକ୍ତବ୍ୟରେ ଜିଲ୍ଲାର ଲୋକାୟିତ କଳାକୁ ଜିଲ୍ଲା ମହୋତ୍ସବରେ ପ୍ରଦର୍ଶିତ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ଢ଼େଙ୍କାନାଳ-ଅନୁଗୋଳ ସାଂସଦ ମହେଶ ସାହୁ ଯୋଗ ଦେଇ ସଂସ୍କୃତି ମାନେ ନାଚ,ଗୀତ ଓ ସିନେମା ନୁହଁ । ଆମେ ଯାହା କହୁଛେ ଓ ଯାହା କରୁଛେ ତାହା ଆଗାମୀ ଦିନରେ ସଂସ୍କୃତିକୁ ଗଢ଼ିବ ବୋଲି ପ୍ରକାଶ କରିଥିଲେ । ତତ୍ ସହିତ ସୁପ୍ତ ପ୍ରତିଭାକୁ ଜାଗ୍ରତ କରିବା ଓ ଅାମେ ନିଜେ ପରିଚୟ ସୃଷ୍ଠି କରିବା ପରେ ଅନ୍ୟକୁ ପରିଚୟ କରାଇବା ବୋଲି ପ୍ରକାଶ କରିଥିଲେ । ଏଥିରେ ଅନ୍ୟାନ୍ୟ ଅତିଥି ଭାବେ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ତଥା ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ କୁମାର ମହାନ୍ତି ଯୋଗଦେଇ ଭାଇଚାରା , କଳ‍ାସଂସ୍କୃତିର ସହର ଅନୁଗୋଳ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଉଦଯାପନୀ ସନ୍ଧ୍ୟାରେ କିଶୋରନଗର ଓ ବଅଁରପାଳ ବ୍ଲକ କଳା ସଂସ୍କୃତି ସଂଘର କଳାକାର ମାନେ ନୃତ୍ୟ ପରିବେଷଣ କରିବା ସହ ଅାଦୃତା ଶିଶୁ ଗୃହ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ନୃତ୍ୟ ପ୍ରଦର୍ଶନ ହୋଇଥିଲା ।ମଥୁରାର ମୟୂରୀ ନୃତ୍ୟ,ମୟୂରଭଞ୍ଜର ଛଉ ନୃତ୍ୟ,ତାଳଚେର ପୌରପାଳିକାର ଲୋକନୃତ୍ୟ ଦଳ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ତତ୍ ସହିତ ଚଳଚିତ୍ର ତାରକା ଜ୍ୟୋତି ନାୟକ ଓ ଅଙ୍କିତା ଭୌମିକ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିବା ବେଳେ ଶିଶୁକଳାକାର ନିସିତା ପ୍ରିୟଦର୍ଶନୀ ,ହାସ୍ୟ ଅଭିନେତା ହରି ମହାପାତ୍ର ଦର୍ଶକଙ୍କୁ ଅାକୃଷ୍ଟ ସହ ତାରିକ ଅଜିଜ,ତପୁ ମିଶ୍ର ଓ ତାଙ୍କ ଦଳ ସଙ୍ଗୀତ ପରିବେଷଣ କରିଥିଲେ ।ମଥୁରାର ମୟୂରୀ ନୃତ୍ୟରେ ଖୋଦ ଜିଲ୍ଲାପାଳଙ୍କ ସହ ସାସଂଦ,ସମବାୟ ବ୍ୟାଙ୍କ ସଭାପତି,ରାଜ୍ୟ ଗୃହ ନିଗମ ଅଧ୍ୟକ୍ଷ, ପି.ଡି, ଉପଜିଲ୍ଲାପାଳ ମଧ୍ୟ ଝୁମିବାର ଦେଖିବାକୁ ମିଳିଥିଲା।ଶେଷରେ ଉପଜିଲ୍ଲାପାଳ ବାସୁଦେବ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Square Ad 1
Leave A Reply

Your email address will not be published.