Webportal

ଏନଟିପିସି ରେ କୋଇଲା ଅଭାବରୁ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ

sanitry
0 161

ଏନଟିପିସି ପରିଚାଳିତ ତାଳଚେର ଥର୍ମାଲ ପାୱାର ଷ୍ଟେସନ (ଟି.ଟି.ପି.ଏସ) ରେ ଦେଖା ଦେଇଛି କୋଇଲାର ଘୋର ଅଭାବ ଯାହା ଫଳରେ କର୍ତ୍ତୃପକ୍ଷ ଏହାର ୩ ଟି ୟୁନିଟକୁ ବନ୍ଦ କରିଛନ୍ତି l ଏମସିଏଲ ର ତାଳଚେରସ୍ଥିତ ଜଗନ୍ନାଥ କୋଇଲାଖଣିରୁ ଆବଶ୍ୟକୀୟ କୋଇଲା ଯୋଗାଣ ହୋଇପାରୁ ନଥିବାରୁ ଏଭଳି ଅବସ୍ଥା ଦେଖାଦେଇଛି l ୪୬୦ ମେଗାୱାଟ ବିଶିଷ୍ଟ ତାଳଚେର ଥର୍ମାଲ ବିଦ୍ୟୁତ କେନ୍ଦ୍ରର ମୋଟ ୬ ଟି ୟୁନିଟ ପାଇଁ ଦୈନିକ ୯ ହଜାର ମେଟ୍ରିକ ଟନ କୋଇଲା ଦରକାର ହେଉଥିବା ବେଳେ ଜଗନ୍ନାଥ ଓସିପି ରୁ ଦୈନିକ ୬ ହଜାର ଟନ କୋଇଲା ଯୋଗାଣ ହୋଇଥାଏ,କିନ୍ତୁ ଜଗନ୍ନାଥ ଓସିପିରେ କୋଇଲା ଖନନ ନିମନ୍ତେ ଆବଶ୍ୟକୀୟ ଜାଗା ଉପଲବ୍ଧ ନଥିବାରୁ ଏବେ ଏହି ଖଣିରେ ଦିନକୁ ମାତ୍ର ୩ ହଜାର ମେଟ୍ରିକ ଟନ ହିଁ କୋଇଲା ଉତ୍ପାଦନ ସମ୍ଭବ ହେଉଛି ଯାହା ଥର୍ମାଲ ପ୍ଲାଣ୍ଟକୁ ଯୋଗାଇ ଦିଆଯାଉଛି l ଜଗନ୍ନାଥ କୋଇଲାଖଣି ସମ୍ପ୍ରସାରଣ କାର୍ଯ୍ୟ ଏବେ ଅଟକି ରହିଥିବାରୁ ଅଧିକ ଉତ୍ପାଦନ ସମ୍ଭବ ହେଉନାହିଁ l ଥର୍ମାଲ ପ୍ଲାଣ୍ଟର ଷ୍ଟକୟାର୍ଡ଼ରେ ଥିବା ଗଚ୍ଛିତ କୋଇଲା ମଧ୍ୟ ସରିବା ଉପରେ l ଏଣୁ ଜଗନ୍ନାଥ ଓସିପିରୁ ଏବେ ଯୋଗାଣ ହେଉଥିବା ମୋଟ ୩ ହଜାର ମେଟ୍ରିଏ ଟନ କୋଇଲାକୁ ବ୍ୟବହାର କରାଯାଇ ଥର୍ମାଲ ବିଦ୍ୟୁତ କେନ୍ଦ୍ରର ତିନୋଟି ୟୁନିଟକୁ ବନ୍ଦ ରଖାଯାଇ ଏବେ ତିନୋଟି ୟୁନିଟରୁ ବିଦ୍ୟୁତ ଉତ୍ପାଦନ କରା ଯାଉଛି l ତେବେ ଟି.ଟି.ପି.ଏସ.ରୁ ଉତ୍ପାଦିତ ବିଜୁଳି ଉପରେ ଓଡ଼ିଶା ରାଜ୍ୟ ବହୁଳ ଭାବେ ନିର୍ଭର କରୁଥିବାରୁ ଅଧିକ ୟୁନିଟ ବନ୍ଦ ହେଲେ ରାଜ୍ୟରେ ଶକ୍ତି ସଙ୍କଟ ଦେଖା ଦେଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି l

Square Ad 1
Leave A Reply

Your email address will not be published.