Webportal

ଏନସିପି ର ବିଜେପି ସହ ମିଶି ନାଗାଲାଣ୍ଡରେ ସରକାର ଗଠନକୁ ନେଇ ଶିବସେନା ନେତା ସଞ୍ଜୟ ରାଉତଙ୍କ ସଫେଇ

sanitry
0 156

ନାଗାଲାଣ୍ଡରେ ଶରଦ ପାୱାରଙ୍କ ଏନସିପି ସରକାରରେ ସାମିଲ ହୋଇଛି । ଏହା ପରେ ସେଠାରେ କୌଣସି ବିରୋଧୀ ଦଳ ନାହାନ୍ତି । ବିଜେପି ଏବଂ ଏନଡିପିପିର ମେଣ୍ଟ ସରକାରରେ ଶରଦ ପାୱାରଙ୍କ ଏନସିପି ମଧ୍ୟ ସହଯୋଗ ଘୋଷଣା କରିଛି । ନାଗାଲାଣ୍ଡରେ ବିରୋଧୀଙ୍କୁ ମିଳିଥିବା ସର୍ବାଧିକ ଆସନରୁ ଏନସିପି ପାଖରେ ସର୍ବାଧିକ ସିଟ ରହିଥିଲା । ତେବେ ଏନସିପି ଏବଂ ଜେଡିୟୁ ସମେତ ନାଗାଲାଣ୍ଡର ସମସ୍ତ ଦଳ ସରକାରରେ ସାମିଲ ହୋଇଯାଇଛନ୍ତି । ଏହା ଉପରେ ଶରଦ ପାୱାର ସଫେଇ ରଖିଛନ୍ତି । ସେ କହିଛନ୍ତି, ତାଙ୍କ ସମର୍ଥନ ଏନଡିପିପିକୁ ରହିଛି । ବିଜେପି ପ୍ରତି ନାହିଁ । ସେପଟେ ଏନେଇ ସଞ୍ଜୟ ରାଉତ ମଧ୍ୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସେଠାରେ ମୁଖ୍ୟ ଦଳ ବିଜେପି ନୁହେଁ ବରଂ ଗୋଟିଏ ଆଞ୍ଚଳିକ ଦଳ । ଏହାର ନେତା ହେଉଛନ୍ତି ନେଫ୍ୟୁ ରିଓ । ସେ ଆମ ସହ ସଂସଦରେ କିଛି ସମୟ ସାଂସଦ ଭାବେ ମଧ୍ୟ ରହିଥିଲେ । ତାଙ୍କ ଦଳକୁ ସେଠାରେ ୨୫ ଆସନ ମିଳିଛି । ତାଙ୍କ ସହ ବିଜେପି ସେଠାରେ ମେଣ୍ଟ କରିଛି । ଯାହାକୁ ମାତ୍ର ୧୨ ଆସନ ମିଳିଛି । ତୃତୀୟ ସ୍ଥାନରେ ଏନସିପି ରହିଛି । ଦଳକୁ ୭ଟି ଆସନ ମିଳିଛି । ଏନସିପି ନୁହେଁ ସମସ୍ତ ଦଳ ସରକାରରେ ସାମିଲ ହୋଇଛନ୍ତି ।

ନାଗାଲାଣ୍ଡ ସୀମାରେ ଥିବା ଗୋଟିଏ ରାଜ୍ୟ । ଏହା ଏକ ସମ୍ବେଦନଶୀଳ ଅଞ୍ଚଳ ମଧ୍ୟ । ଭୌଗଳିକ ଏବଂ ସୁରକ୍ଷା ସହ ଜଡିତ ସ୍ଥିତି ଦେଖି ଅନେକ ଥର ଏହାକୁ କାଶ୍ମୀରଠାରୁ ମଧ୍ୟ ସମ୍ବେଦନଶୀଳ ସ୍ଥାନ ଭାବେ ଗ୍ରହଣ କରାଯାଉଥିଲା । ଏହା ଉପରେ ଆତଙ୍କବାଦୀ ଆକ୍ରମଣର ବିପଦ ମଧ୍ୟ ଅନେକ ସମୟରେ ରହିଆସିଛି । ସେଠାରେ ବିଜେପି ସରକାର ନାହିଁ । ବିଜେପି ଏନଡିପିପିର ସହଯୋଗୀ ଦଳ । ବିଜେପି ବିରେଧୀ ସମସ୍ତ ଦଳ ସରକାରରେ ସାମିଲ ହୋଇଛନ୍ତି । ଏଥିରେ ଅସୁବିଧା କିଛି ନାହିଁ ।

Square Ad 1
Leave A Reply

Your email address will not be published.