କାଳିଆ ଯୋଜନାରେ କେବଳ ଶତ ପ୍ରତିଶତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ ଏବଂ କେହି ଜଣେ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ଦିଆଯାଉଥିବା ସହାୟତା ରୁ ବଞ୍ଚିତ ହେବେ ନାହିଁ।ପୂର୍ବରୁ ପ୍ରସ୍ତୁତ ତାଲିକାରେ ଯଦି କେହି ଯୋଗ୍ୟ ବିବେଚିତ ହେଉ ନ ଥିବା ହିତାଧିକାରୀ ଥିବେ ତେବେ ଯାଞ୍ଚ କରାଯାଇ ସେମାନଙ୍କୁ ବାଦ ଦିଆଯିବ ଯାହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ଅରୁଣ କୁମାର ସାହୁ କୃଷି ଭବନ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ଏକ କର୍ମଶାଳା ରେ ଯୋଗ ଦେଇ କହିଛନ୍ନ୍ତି। ଏହି ପ୍ରକ୍ରିୟା ୫ଟି ସୂତ୍ରକୁ ଆପଣେଇ ଆରମ୍ଭ କରା ଯାଇଛି। ସଂଶୋଧିତ ତାଲିକାରେ କୌଣସି ତ୍ରୁଟି ମିଳିଲେ ସମ୍ପୃକ୍ତ ଅଧିକାରୀ ଉତ୍ତରଦାୟୀ ରହିବେ। ଏହା ସହିତ କାଳିଆ ଯୋଜନାରେ ମିଳୁଥିବା ଆର୍ଥିକ ସହାୟତା ସଠିକ ଭାବରେ ବ୍ୟବହାର ହେଉଛି କି ନାହିଁ ତାହା ତଦାରଖ କରିବେ କ୍ଷେତ୍ର ଅଧିକାରୀ ମାନେ।