Webportal

କି ଚିନ୍ତାଧାରା ; ଆଜିବି ଦେଶର ବାସିନ୍ଦା ଏପରିକି ହିନ୍ଦୁ ମଧ୍ୟ ନିଜ ଦେଶରେ ବାହାରର ଲୋକ, ରାଜ୍ୟପାଳଙ୍କ ମନ୍ତବ୍ୟକୁ ସବୁଆଡୁ ନିନ୍ଦା

sanitry
0 134

ଗୁଜରାଟୀ ଏବଂ ରାଜସ୍ଥାନୀମାନଙ୍କୁ ତଡ଼ି ଦିଆଗଲେ ମହାରାଷ୍ଟ୍ର ଅର୍ଥଶୂନ୍ୟ ହୋଇଯିବ ଏବଂ ମୁମ୍ବାଇକୁ ଆଉ ଭାରତର ଅର୍ଥନୈତିକ ରାଜଧାନୀ କୁହାଯିବା ନାହିଁ ବୋଲି ରାଜ୍ୟପାଳ ବି.ଏସ୍‌. କୋଶିୟାରୀ ଭାଷଣରେ ଦେଇଥିବା ଟିପ୍ପଣୀକୁ ‘ଶିବସେନା’ ସାଂସଦ ସଞ୍ଜୟ ରାଉତ ତୀବ୍ର ନିନ୍ଦା କରିଛନ୍ତି।

ବହୁ ଦଶନ୍ଧି ଧରି ଲାଗି ରହିଥିବା ମରାଠୀ-ଗୁଜରାଟୀ ବିବାଦ ଭିତରେ ବ‌େଳେ ସାଂସଦ ସଞ୍ଜୟ ରାଉତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଅନୁରୋଧ କରି କହିଛନ୍ତି ଯେ, ସେ ଅନ୍ତତଃ ରାଜ୍ୟପାଳ ଦେଇଥିବା ବିବୃତିକୁ ନିନ୍ଦା କରନ୍ତୁ। ରାଜ୍ୟପାଳ କିଭଳି ମରାଠୀଙ୍କ ସ୍ବାଭିମାନକୁ ଆଘାତ ଦେଇଛନ୍ତି ତାହା ଶୁଣିବା ଲାଗି ସାଂସଦ ରାଉତ ଏକ ଭିଡିଓ ସେୟାର୍‌ କରିଛନ୍ତି।

ଟୁଇଟ୍‌ କରି ସଞ୍ଜୟ ରାଉତ ଲେଖିଛନ୍ତି, ‘ବିଜେପି’ ପ୍ରାୟୋଜିତ ମୁଖ୍ୟମନ୍ତ୍ରୀ କ୍ଷମତାସୀନ ହେବା କ୍ଷଣି ମରାଠୀ ବ୍ୟକ୍ତି ଅପମାନିତ। ମୁଖ୍ୟମନ୍ତ୍ରୀ ସିନ୍ଦେ ଅନ୍ତତଃ ରାଜ୍ୟପାଳଙ୍କୁ ନିନ୍ଦା କରନ୍ତୁ। କଠୋର ପରିଶ୍ରମୀ ମରାଠୀ ଜନତାଙ୍କ ପ୍ରତି ଏହା ଅପମାନ।

ରାଉତ ସେୟାର୍‌ କରିଥିବା ଭିଡିଓରେ ରାଜ୍ୟପାଳ ବି.ଏସ୍. କୋଶିୟାରି କହିଛନ୍ତି, ବେଳେ ବେଳେ ମୁଁ ଲୋକଙ୍କୁ କୁହେ ଯେ, ଯଦି ମହାରାଷ୍ଟ୍ର ବିଶେଷକରି, ମୁମ୍ବାଇ ଓ ପୁଣେରୁ ଗୁଜରାଟୀ ଏବଂ ରାଜସ୍ଥାନୀମାନଙ୍କୁ ହଟାଇ ଦିଆଯାଏ ଆପଣମାନଙ୍କ ପାଖରେ ଆଉ ଅର୍ଥ ନ ଥିବ। ଶୁକ୍ରବାର ଦିନ ମୁମ୍ବାଇର ଅନ୍ଧେରୀରେ ସ୍ବର୍ଗତା ଶାନ୍ତିଦେବୀ ଚମ୍ପକଲାଲ୍‌ଜୀ କୋଠାରୀଙ୍କ ନାମରେ ଗୋଟାଏ ଛକର ନାମକରଣ ଉତ୍ସବରେ ରାଜ୍ୟପାଳ ଉପରୋକ୍ତ ବିବୃତି ଦେଇଥିଲେ।

ଜନସାଧାରଣଙ୍କୁ ଜାଗ୍ରତ ହେବାକୁ ଆହ୍ବାନ ଦେଇ ସାଂସଦ ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ର ଏବଂ ମରାଠୀଙ୍କୁ ରାଜ୍ୟପାଳ ଭିକାରି ବୋଲି ଅଭିହିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ସିନ୍ଦେ, ଆପଣ ଶୁଣୁଛନ୍ତି ତ? ନା ଆପଣଙ୍କ ମହାରାଷ୍ଟ୍ର ଭିନ୍ନ। ଯଦି ଆପଣଙ୍କର ଆତ୍ମସମ୍ମାନ ଥାଏ, ତେବେ ରାଜ୍ୟପାଳଙ୍କ ଇସ୍ତଫା ଦାବି କରନ୍ତୁ।

ପରେ ରାଜ୍ ଠାକରେ, ଶରତ ପାୱାର, ଉଦ୍ଧବ ଠାକରେ, ଆଦି ଓ ମହାରାଷ୍ଟ୍ର ସରକାର ଆଦି ରାଜ୍ୟପାଳଙ୍କ ବିବୃତିକୁ ନାପସନ୍ଦ କରିଥିବା କହିଛନ୍ତି। ବିରୋଧୀ ଦଳ ମାନଙ୍କ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି।

ରାଜଭବନ ପକ୍ଷରୁ କୁହାଯାଇଛି ଯେ ମରାଠୀ ମାନଙ୍କ ଅସମ୍ମାନ କରିବା ଉଦ୍ଦେଶ୍ୟ ନ ଥିଲା। ଏହା ଏକ ସାଧାରଣ ବକ୍ତବ୍ୟ ଥିଲା।

Square Ad 1
Leave A Reply

Your email address will not be published.