Webportal

କୁନି ଝିଅର ତୃତୀୟ ଜନ୍ମଦିନ ନିଆରା ଭାବେ ପାଳିତ

ପିତା ମାତାଙ୍କ ଦ୍ଵାରା ରକ୍ତଦାନ ସହ ଔଷଧିୟ ବୃକ୍ଷ ଚାରା ବଣ୍ଟନ

sanitry
0 69

କୁନି ଝିଅର ତୃତୀୟ ଜନ୍ମଦିନ ନିଆରା ଭାବେ ପାଳିତ।ପିତା ମାତାଙ୍କ ଦ୍ଵାରା ରକ୍ତଦାନ ସହ ଔଷଧିୟ ବୃକ୍ଷ ଚାରା ବଣ୍ଟନ । ନିଜ ଝିଅର ଜନ୍ମଦିନକୁ ସମ୍ପୂର୍ଣ ଅଲଗା ଭାବରେ ପାଳନ କରି ଅନ୍ୟ ମାନଙ୍କୁ ପ୍ରେରଣା ପ୍ରଦାନ କରିବା ସହ ଉଦାହରଣ ସୃଷ୍ଟି କରିଛନ୍ତି ଅନୁଗୁଳର ଏକ ଦମ୍ପତି।ଝିଅର ଜନ୍ମଦିନ ଉପଲକ୍ଷେ ଦମ୍ପତି ଆୟୋଜନ କଲେ ରକ୍ତଦାନ ଶିବିର | ବରିଷ୍ଟ ସାମ୍ବାଦିକ ମାନସ ମିଶ୍ର ଓ ତାଙ୍କ ପତ୍ନୀ ସ୍ମୃତିଲିପି ମିଶ୍ର ଙ୍କ କନ୍ୟା ସିଦ୍ଧି ସମ୍ୟୁକ୍ତା ମିଶ୍ର ଙ୍କ ଜନ୍ମଦିନ ଉପଲକ୍ଷେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଥଲା | ଜିଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରରେ ଅନୁଷ୍ଟିତ ରକ୍ତଦାନ ଶିବିରରେ ରକ୍ତଦାତାଙ୍କୁ ବୃକ୍ଷ ପ୍ରଦାନ କରିଥିଲେ ଏହି ଦମ୍ପତି ଯାହା ପରିବେଶ ସ୍ୱଚ୍ଛ ରଖିବା ପାଇଁ ସର୍ବସାଧାରଣ ରେ ଏକ ଉନ୍ନତ ସନ୍ଦେଶ।ରକ୍ତଦାନ ଏକ ମହତ କାର୍ଯ୍ୟ ତଥା, ଜୀବନ ରକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରତିପୋଷଣ କ୍ଷେତ୍ରରେ ଏହା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ସାମାଜିକ ବାର୍ତ୍ତା ସହିତ ଏହାର ଗୁରୁତ୍ୱକୁ ଉପଲବ୍ଧ କରି, , ସଦା ସର୍ବଦା ଆଗକୁ ମଧ୍ୟ ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଜାରି ରହିବାର ଯୋଜନା ଅଛି ବୋଲି ଏହି ଦମ୍ପତି କହିଛନ୍ତି | ରକ୍ତଦାନ ଓ ବୃକ୍ଷ ପ୍ରଦାନ କାର୍ଯ୍ୟକ୍ରମରେ ଅନୁଗୁଳ ର ଡୁଇ ଅତିରିକ୍ତ ଜିଲ୍ଲାପାଳ, ପୌରାଧ୍ୟକ୍ଷ,ରୋଟାରି କ୍ଲବ ସଭାପତି,ଯୋଗ ଗୁରୁ ଅଭୟ ରାୟ,ବିଜେଡି ନେତା ଅରୁଣାଭ ସିଂ,ସମାଜସେବୀ କ୍ଷୀରୋଦ ସାହୁ, ପ୍ରତାପ ମହାପାତ୍ର, ପର୍ଶୁରାମ ଦାସ, ପ୍ରଫୁଲ୍ଲ ମିଶ୍ର,ବ୍ରହ୍ମଜ୍ୟୋତି ମିଶ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ ଓ ରକ୍ତଦାନ ସହ ପ୍ରତେକ ରକ୍ତଦାତା ଙ୍କୁ ଔଷଧୀୟ ବୃକ୍ଷ ଚାରା ବଣ୍ଟନ କରିଥିଲେ | ଏହି ରକ୍ତଦାନ ଶିବିରରେ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା | ଅନୁଗୁଳ ର ଏହି ଯୁବ ଓ ବରିଷ୍ଟ ସାମ୍ୱାଦିକ ଓ ତାଙ୍କ ପତ୍ନୀଙ୍କ ଏହି ପ୍ରୟାସ କୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି | ଯଦି ନିଜର କାର୍ଯକ୍ରମ ଗୁଡ଼ିକରେ ଲୋକମାନେ ଏପରି ଚେଷ୍ଟା କରନ୍ତେ ତେବେ କେବେ ବି ରକ୍ତ ର ଅଭାବ ରାଜ୍ୟରେ ରହନ୍ତା ନାହିଁ।

Square Ad 1
Leave A Reply

Your email address will not be published.