ଅନୁଗୁଳ ଜିଲ୍ଲା ନତଡା ଗାଁର ଏକ କୂଅ ଭିତରୁ ଜଣେ ଯୁବକଙ୍କ ମୃତ ଦେହ ଆଜି ସକାଳୁ ଉଦ୍ଧାର। ମୃତକ ଜଣକ ସେହି ଗାଁର ମହାଦେବ ଖଟୁଆଙ୍କ ପୁଅ ପଞ୍ଚୁ ଖଟୁଆ ଯିଏ ଗତ ସନ୍ଧ୍ୟାରୁ ନିରୁଦ୍ଦିଷ୍ଟ ହୋଇ ଯାଇଥିଲେ ଓ ଆଜି ସକାଳେ ଗ୍ରାମର କେତେକ ଲୋକ କୂଅ ଭିତରେ ପଞ୍ଚୁଙ୍କର ଶବ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ତାଙ୍କୁ କେହି ହତ୍ୟା କରି କୂଅ ମଧ୍ୟରେ ଫିଙ୍ଗି ଦେଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ଖବର ପାଇ ଅନୁଗୁଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Next Post