କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ନରେ ବଜ୍ରପାତ କାଳ ହୋଇଛି । ମହାକାଳପଡା ବ୍ଲକର ଭୋପାଳ ଗାଁରେ ବଜ୍ରପାତରେ ନିତ୍ୟାନନ୍ଦ ଦାସ ନାମକ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି । ନିତ୍ୟାନନ୍ଦ ବିଲରେ ଧାନ ବୁଣିବାକୁ ଯାଇଥିଲେ ।ସେହିପରି ଏହି ବ୍ଲକ ଅନ୍ତର୍ଗତ ଆମ୍ଵବେଲାରୀ ଗାଁର ମାନୁ ମଣ୍ଡଳଙ୍କ ଘର ଉପରେ ବଜ୍ରପାତ ହୋଇଛି । ମାନୁ ମଣ୍ଡଳଙ୍କର ୩ ବଖରା ଚାଳଛପର ଘର ପୋଡି ପାଉଁସ ହୋଇଯାଇଛି । ସେହିପରି ରାଜନଗର ବ୍ଲକ ଇଙ୍କିରିଆ ଗାଁରେ ବଜ୍ରପାତ ଯୋଗୁ ଦୁଇଟି ମଇଁଷିଙ୍କର ମୃତ୍ୟୁ ଘଟିଛି । ମଇଁଷିଙ୍କର ମାଲିକ ମଙ୍ଗୁଳି ଦାସ ଗୁରୁତର ହୋଇଛନ୍ତି । ସଜ୍ଞାହୀନ ଅବସ୍ଥାରେ ମଙ୍ଗୁଳିଙ୍କୁ ରାଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Prev Post
Next Post