ସେପ୍ଟେମ୍ବର ୨୦୨୧ରୁ ଆଜି ଯାଏ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଖାଲିଥିବା ୬୫୪୯ ପଦବୀରୁ ପୁରଣ ହୋଇଛି ୩୭୫ ପଦବୀ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂସଦରେ ତଥ୍ୟ ଉପସ୍ଥାପନ କରିଛନ୍ତି। ତେବେ ଦେଶରେ ଥିବା ୪୫ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ରେ ମୋଟ ୬୫୪୯ ଟି ପଦବୀ ଖାଲି ପଡ଼ିଥିବା ଧର୍ମେନ୍ଦ୍ର କହିଛନ୍ତି। ଏହି ତାଲିକାରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ସର୍ବାଧିକ ୯୦୦ ପଦବୀ ଖାଲି ପଡ଼ିଥିବା ବେଳେ ଆହ୍ଲାବାଦ ବିଶ୍ଵବିଦ୍ୟାଳୟରେ ୬୨୨, ବନାରସ ହିନ୍ଦୁ ବିଶ୍ଵିଦ୍ୟାଳୟରେ ୫୩୨, ଆଲିଗଡ ମୁସଲିମ ବିଶ୍ଵବିଦ୍ୟାଳୟରେ ୪୯୮ ଓ ଜବାହରଲାଲ ନେହେରୁ ବିଶବବିଦ୍ୟାଳୟରେ ୩୨୬ ଟି ପଦବୀ ଖାଲିଥିବା ମନ୍ତ୍ରୀ ଉତ୍ତର ରଖିଛନ୍ତି। ତେବେ ଖୁବ୍ ଶୀଘ୍ର ଏହି ପଦବୀ ସବୁ ପୂରଣ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ଧର୍ମେନ୍ଦ୍ର ଗୃହକୁ ସୂଚନା ଦେଇଛନ୍ତି ।