ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ରେ ଦିନକୁ ଦିନ ଜନ୍ତୁ ଶିକାର ବଢ଼ିବାରେ ଲାଗିଛି। ବନବିଭାଗ ତତ୍ପରତା ଦେଖାଇ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରୁଛି,ତଥାପି ସୁଧୁରୁ ନାହାଁନ୍ତି ଶିକାରୀ। ସୂଚନା ଅନୁଯାୟୀ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପମ୍ପlସର ବନାଞ୍ଚଳ ଅନ୍ତର୍ଗତ ଟାଇଁସି ସଂରକ୍ଷୀତ କୁମୁରି ବିଟ-ଏ କମ୍ପାର୍ଟମେଣ୍ଟ-୫ରେ ଶିକାରୀ ମାନେ ତାର ରେ ଫାସ ବିଛାଇ ବlରହl ଶିକାର କରୁଥିବା ଖବର ପାଇ ପମ୍ପlସର ବନାଞ୍ଚଳ ଅଧିକାରୀ ସୁଦୀପ୍ତ ମହାପାତ୍ର ଓ ବନବିଭାଗ କର୍ମଚାରୀ ମାନେ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିଥିଲେ। ତାଙ୍କ ନିକଟରୁ ୬କିଲୋ କଞ୍ଚା ବlରହl ମାଂସ, ଛୁରୀ, ଟାଙ୍ଗିଆ ଓ ୨କିଲୋ ବାଇଣ୍ଡିଂ ତାର ଜବତ କରିଥିଲେ। ଗିରଫ ଦୁଇ ଜଣ ଶିକାରୀ ପୁରୁଣlକୋଟ ଥାନା ଅନ୍ତର୍ଗତ ଟାଇଁସୀ ଗ୍ରାମର ଜିତେନ ବେହେରା ଓ କୁତାର୍ଥ ମଲୀକ ବୋଲି ଜଣା ପଡିଛି।

Prev Post