Webportal

କୋଇଲାଖଣି ପାଇଁ ଜମିଦଖଲ ବେଳେ ଉତେଜନା

sanitry
0 263

ଶନିବାର ଦିନ ଏନଟିପିସି କୋଲ ଲିମିଟେଡ଼ ଅଧିକାରୀଙ୍କ ଉପସ୍ଥିତିରେ ଚାଙ୍ଗୁଡିଆ ଗ୍ରାମର ପାଳ,ଭାଲୁଖମଣ ଏରିଆରେ ସୀମାନିର୍ଦ୍ଧାରଣ ପାଇଁ ପୋଲ୍ ପୋତା କାର୍ଯ୍ୟ ଆରମ୍ଭ ହେଉଥିଲା । ପ୍ରକାଶ ଥାଉକି ଭାରତ ସରକାରଙ୍କ କୋଲ ମନ୍ତ୍ରଣାଳୟ ଚିଠି Vide F.No.103/33/2015 NA dated 8th August 2016 ଅନୁସାରେ ଏନଟିପିସି ଲିମିଟେଡ଼ ଅଧିନରେ ତେଲେଙ୍ଗାନା ସୁପର ଥର୍ମାଲ ପାଓ୍ଵର ପ୍ରଜେକ୍ଟ ପାଇଁ କୋଇଲା ଯୋଗାଣ ନିମନ୍ତେ ମନ୍ଦକିନୀ ବି କୋଲ ବ୍ଲକ୍ ଆବଣ୍ଟନ ହୋଇଅଛି । ମୋଟ 20•73sq KM. (2073Ha.) ଏରିଆ ଗ୍ରାମଗୁଡିକ ଚାଙ୍ଗୁଡିଆ,ସନ୍ତରାବନ୍ଧ,ସୁନାରିପାଳ,ଟାକୁଆ ବ୍ଲକ୍-ଛେଣ୍ଡିପଦା ଏବଂ ବଇଣ୍ଡା,ବାଲିପଟ୍ଟା,ଚାଙ୍ଗୁଡିଆ,ଦେବୀପାଟଣାପୁର,କାକୁଡିଆ,କଲ୍ୟାଣପୁର,ସାନବୀରବରପୁର,ସନ୍ତରାବନ୍ଧ ବ୍ଲକ୍-କଣିହାଁ, ଜିଲ୍ଲା-ଅନୁଗୋଳ କୋଲ୍ ବ୍ଲକ୍ ଅନ୍ତର୍ଗତ ଯାଉଅଛି । ସ୍ଥାନୀୟ ଅଞ୍ଚଳର ଅଧିକାଂଶ ଲୋକ କୃଷକ ଆଉ ଶ୍ରମିକ ଭାବେ ଜୀବିକା ନର୍ବାହକରି ଚଳି ଆସୁଥିବାବେଳେ କୋଲ ବ୍ଲକ୍ ହେଲେ ହଜାର ହଜାର ଘର ଏବଂ ଲୋକ ପ୍ରଭାବିତ ହେବା ସୁନିଶ୍ଚିତ । ଏଠାରେ କମ୍ପାନୀ ଭୂମିଅଧିଗ୍ରହଣ ନିୟମାବଳୀକୁ ଅଣଦେଖାକରି ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଯୋଗୁଁ ଉକ୍ତ ଅଞ୍ଚଳର ଅଧିବାସୀ ଆଶାଆଶଙ୍କା ଭିତରେ ରହୁଛନ୍ତି ।ଏପ୍ରକାର ଅପ୍ରୀତିକର ସ୍ଥିତିଥାଇ କମ୍ପାନୀର ଅଧିକାରୀମାନେ ଚାଙ୍ଗୁଡିଆ ଗ୍ରାମର ପାଳ, ଭାଲୁଖମଣ ଏରିଆରେ ଟ୍ରାକ୍ଟର, ମେସିନ ବ୍ୟବହାର କରି ଶ୍ରମିକଙ୍କ ଦ୍ଵାରା ପୋଲ ପୋତିବା କାମ ଚଳାଇଥିଲେ । ମାତ୍ର ଗ୍ରାମର କିଛି ଯୁବକ ଏତାଦୃଶ କାମକୁ ବିରୋଧ କରିଥିଲେ ।କିଛି ସମୟ ଭିତରେ ଗ୍ରାମର ଓ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ରୁଣ୍ଡ ହୋଇ କମ୍ପାନୀକାର୍ଯ୍ୟକୁ ପ୍ରତିବାଦ କଲେ ।ପରିଣାମ ସ୍ଵରୂପ କମ୍ପାନୀର କର୍ମକର୍ତ୍ତା କାମ ବନ୍ଦ କରି ସେହି ସ୍ଥାନରୁ ପଳାୟନ କରିଥିଲେ । ପ୍ରକଳ୍ପପାଇଁ ଜମିଅଧିଗ୍ରହଣ ପ୍ରକିୟାର ଠୋସ୍ ନୀତିନିୟମକୁ ପ୍ରଣୟନ କରିବା ପରିବର୍ତ୍ତେ କମ୍ପାନୀର ମନମୁଖି କାର୍ଯ୍ୟ ଆରମ୍ଭକୁ ସ୍ଥାନୀୟ ଆଞ୍ଚଳିକ ସୁରକ୍ଷା ମଞ୍ଚ, ନାଗରିକ ମଞ୍ଚ ତରଫରୁ ଦୃଢ଼ ନିନ୍ଦା କରାଯାଇଛି । ଉକ୍ତ କମ୍ପାନୀର ଏପ୍ରକାର ଚଞ୍ଚକତା କାର୍ଯ୍ୟପାଇଁ ଜନସାଧାରଣ ମଧ୍ୟରେ ମଧ୍ୟ ଉତେଜନା ଦେଖାଦେଇଛି । ସ୍ଥାନୀୟ ପ୍ରଶାସନ କମ୍ପାନୀର କାର୍ଯ୍ୟରେ ହସ୍ତକ୍ଷେପକରି ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବା ନିମନ୍ତେ ଦାବି ହେଉଛି ।

Square Ad 1
Leave A Reply

Your email address will not be published.