Webportal

କୋଲକାତା ଲଜ୍ୟା ର ଶୁଣାଣି କରିବେ ସୁପ୍ରିମକୋର୍ଟ

sanitry
0 65

ସାରା ଦେଶକୁ ଦୋହଲାଇ ଦେଇଥିବା କୋଲକାତାର ଲୋମ ହର୍ଷଣକାରୀ ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଆସନ୍ତା ୨୦ ତାରିଖ ଅର୍ଥାତ ମଙ୍ଗଳବାର ଏହି ମାମଲାର ଶୁଣାଣି କରିବେ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି ହେବ।ତେବେ କୋଲକାତା ଘଟଣାକୁ ନେଇ ଏବେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି। କୋଲକାତା ପୁଲିସ୍‌ ପକ୍ଷରୁ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ଗିରଫ କରାଯାଇଥିବା ବେଳେ ସିବିଆଇ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ଅଧିକ ତଦନ୍ତ କରୁଛି। ଏସବୁ ଭିତରେ ପୂରା ଦେଶରେ ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି ଓ ଡାକ୍ତରମାନେ ଡ୍ୟୁଟି ବେଳେ ସୁରକ୍ଷା ଦାବି କରି ଆନ୍ଦୋଳନ କରୁଛନ୍ତି। ତେଣୁ ସୁପ୍ରିମକୋର୍ଟ ଏହି ଭୟଙ୍କର ଘଟଣାରେ ହସ୍ତେକ୍ଷପ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଏହାର ଶୁଣାଣି ଆସନ୍ତା ୨୦ ତାରିଖରେ କରିବେ।ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ୩୧ ବର୍ଷୀୟ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ଏହି ଘଟଣା ବିରୋଧରେ ପୂରା ଦେଶରେ ଏବେ ବି ବିକ୍ଷୋଭ ଜାରି ରହିଛି । ଘଟଣାର ୧୨ ଘଣ୍ଟା ମଧ୍ୟରେ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଞ୍ଜୟ ରୟକୁ ଗିରଫ କରିଥିଲା।

Square Ad 1
Leave A Reply

Your email address will not be published.