କ୍ରିପ୍ଟୋ କରେନ୍ସି ଗ୍ୟାଙ୍ଗର ପର୍ଦ୍ଦାଫାସ୍ କଲା ବଲାଙ୍ଗିର ପୁଲିସ୍; ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ମେହେରକୁ ଧରିଲା ପୁଲିସ୍, ଅଭିଯୁକ୍ତ ଠାରୁ ଏକ ମର୍ସିଡିଜ୍ କାର୍ ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ।ପ୍ରଶାନ୍ତ ମେହେର 12th ଫେଲ୍! କିନ୍ତୁ କ୍ରିପ୍ଟୋ କରେନ୍ସି କାରବାର ନାଁରେ ନୀରିହ ଲୋକଙ୍କ ଭବିଷ୍ୟତ ସହ କରୁଥିଲା ଖେଳ। ଆଉ ଲୋଭ ଦେଖାଇ ଲୁଟି ନେଇଥିଲା ୧୦ କୋଟିରୁ ଅଧିକ ଟଙ୍କା।ଲୋକଙ୍କୁ ଠକିବା ପାଇଁ ଖୋଲିଥିଲେ ପେଗ୍ମେଟି ଆଣ୍ଡ ସସ୍ଟେନ୍ ନାଁରେ ଏକ ମଲ୍ଟି ମାର୍କେଟିଂ କମ୍ପାନୀ। ଆଉ ତାହାରି ନାଁରେ ଗୋଟିଏ ୱେବ୍ସାଇଟ୍ ଖୋଲି କରୁଥିଲେ କ୍ରିପ୍ଟୋ କରେନ୍ସି କାରବାର। କ୍ରିପ୍ଟୋ କରେନ୍ସିର ନାଁ ରଖିଥିଲେ DYKAN। ସେହି କ୍ରିପ୍ଟୋ କରେନ୍ସିକୁ ବ୍ୟବହାର କରି ନିଜ କମ୍ପାନୀରୁ କିଣା ବିକା କରାଉଥିଲେ। ଏହାଛଡ଼ା ନିବେଶ କରିବା ପାଇଁ ଲୋଭ ଦେଉଥିଲେ। ଯିଏ ଅଧିକ ନିବେଶ କରୁଥିଲେ, ସେମାନଙ୍କୁ ଥାଇଲାଣ୍ଡ, ଗୋଆ, ମୋନାଲି ଓ ଦୁବାଇ ବୁଲାଇ ନେବାକୁ କୁହାଯାଉଥିଲା। ଏଥିସହ ଦୁବାଇରେ ହୋଇଥିବା କ୍ରିପ୍ଟୋ କରେନ୍ସି ଏକ୍ସପୋ ଭାଗ ନେଇଥିଲେ ପ୍ରଶାନ୍ତ ଓ ତାଙ୍କ ସାଥୀ। ସେଠାରେ ତାଙ୍କ କମ୍ପାନୀର କ୍ରିପ୍ଟୋ କରେନ୍ସି ସମ୍ପର୍କରେ ପ୍ରଜେନ୍ଣ୍ଟେସନ୍ ଦେଇଥିଲେ। ବିଭିନ୍ନ ସୋଶାଲ୍ ମିଡ଼ିଆ ଓ ୟୁଟ୍ୟୁବ୍ରେ ଏହାର ପ୍ରଚାର କରାଯାଉଥିଲା।ନିବେଶକଙ୍କ ମନ ଜିଣିବା ପାଇଁ ପ୍ରଶାନ୍ତ ମେହେର ଓ ତାଙ୍କ ସାଥୀମାନେ ଅନ୍ତର୍ଜାତୀୟ ଇଂରାଜୀ ଖବରକାଗଜ ମାଧ୍ୟମରେ ଗୋଟିଏ ପେଡ୍ ଆର୍ଟିକିଲ ଲେଖାଇଥିଲେ। ଯେଉଁ ଆର୍ଟିକଲ୍ ଏବେ ଭାଇରାଲ୍ ହେଉଛି। ସେହି ଆର୍ଟିକିଲକୁ ଦେଖାଇ ସେମାନେ ନିବେଶ କରିବା ପାଇଁ ଲୋକଙ୍କୁ କହୁଥିଲେ।ପ୍ରଶାନ୍ତ ଓ ସାଥୀଙ୍କ କ୍ରିପ୍ଟୋ କରେନ୍ସି ମାୟା ଜାଲରେ ପ୍ରାୟ ୧୫୦୦ରୁ ୨୦୦୦ ଲୋକ ପଡ଼ିଛନ୍ତି। ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ।