ଅନୁଗୁଳ ଜିଲ୍ଲା ବଇଣ୍ଡା-ହଣ୍ଡପା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୫ନମ୍ବର ଡେବରାପାଲି ଠାରେ ଗତକାଲି ମଧ୍ୟାହ୍ନରେ ୨ଟି ଟ୍ରକ ମୁହାଁମୁହିଁ ଧକ୍କା ଫଳରେ ଚାଳକ ଗୁରୁତର। ଖବରରୁ ଜଣାଯାଇଛି ଯେ ଅନୁଗୁଳ ରୁ ସମ୍ବଲପୁର ଯାଉଥିବା ଏମ ଏଚ ୪୩ ବିସି ୩୦୯୨ ଟ୍ୟାଙ୍କର ସହିତ ବିପରୀତ ଦିଗରୁ ଆସୁଥିବା ୧୪ଚକିଆ ଟ୍ରକ ନମ୍ବର ଓଡ଼ି ୧୯ ଏନ ୮୬୦୧ ଟ୍ରକ ମୁହାଁମୁହିଁ ଧକ୍କା ଫଳରେ ଟ୍ୟାଙ୍କର ଚାଳକ ବିଡ୍ରେଶ ବୀମାର ଉପାଧେୟ(୪୦) ମୋତିଗଞ୍ଜ ଉତ୍ତରପ୍ରଦେଶ ର ଗୁରୁତର ଆହତ ହୋଇଥିଲେ।ଖବର ପାଇ ହଣ୍ଡପା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଚାଳକ ଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର କରି ଚିକିତ୍ସା ପାଇଁ ହଣ୍ଡପା ପଠାଇଥିଲେ।କୋଇଲା ଟ୍ରକ ର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି।ହଣ୍ଡପା ପୋଲିସ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛନ୍ତି।