Webportal

ଗସ୍ତକୁ ନେଇ ସଜାଗ ଥିବା ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ କାମକୁ ତଦାରଖ କଲେ ୫ଟି ସଚିବ

୫ଟି ତଦାରଖ ଶୈଳୀ ଉପରେ ପ୍ରଶ୍ନଚିନ୍ହ

sanitry
0 252

‘ମୋ ସରକାର’ କାର୍ଯ୍ୟକ୍ରମ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବିଭିନ୍ନ ଜିଲ୍ଲା ଗସ୍ତକରି ସମୀକ୍ଷା କରୁଥିବା ୫ଟି ସଚିବ ଭି.କେ ପାଣ୍ଡିଅାନ ମଙ୍ଗଳବାର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଞ୍ଚି ମୋ ସରକାର କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଏବଂ ୫-ଟି କୁ କର୍ମଚାରୀମାନେ କିଭଳି ପାଳନ କରୁଛନ୍ତି ତାହାର ସମୀକ୍ଷା କରିଛନ୍ତି।ତାଙ୍କ ସହିତ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଜିଲ୍ଲାର ଜିଲ୍ଲାପାଳ ମନୋଜ ମହାନ୍ତି,ଉତ୍ତର କେନ୍ଦ୍ରାଞ୍ଚଳ ଡି.ଅାଇ.ଜି ନରସିଂହ ଭୋଳ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅମରେନ୍ଦ୍ର ମହାନ୍ତିଙ୍କ ସହ ଜିଲ୍ଲାର କିଛି ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ସଚିବ ୧୧.୪୫ ମିନିଟରେ ଜିଲ୍ଲା ଷ୍ଟାଡିୟମରେ ହେଲିକପ୍ଟର ଯୋଗେ ଅାସି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଲ୍ ୱାର୍ଡ, ପରେ ଶିଶୁ,ମହିଳା ଓ ପ୍ରସୂତି ବିଭାଗକୁ ଯାଇ ରୋଗୀଙ୍କ ସହ କଥାବାର୍ତା ହୋଇ ପରେ ପ୍ରଶିକ୍ଷଣ କେନ୍ଦ୍ରକୁ ଯାଇ ରୋଗୀ ସେବା ସଂପର୍କରେ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।ଏହି ଗସ୍ତ ସମୟରେ ଜୈନିିକ ରୋଗୀଠାରୁ ବାହାରୁ ଔଷଧ ଆଣିବାକୁ ଡାକ୍ତରଙ୍କ ପରାମର୍ଶ କୁ ନେଇ ସେ ରୋଗୀର ଖର୍ଚ୍ଚ ଅର୍ଥକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପକେଟରୁ ଭରଣା କରିବା ପାଇଁ ଆଦେଶ ଦେଇଥିଲେ।ତାଙ୍କ ଏହି ଗସ୍ତ ସମୟରେ କିଛି ତ୍ରୁଟି ମିଳି ନ ଥିଲା।ମିଳିଥାନ୍ତା ବି କେମିତି? ଦୀର୍ଘ ସମୟ ଧରି ଏହି ସମ୍ଭାବିତ ଗସ୍ତ ସମ୍ପର୍କରେ ସଜାଗ ରହିଥିଲେ କର୍ତ୍ତୃପକ୍ଷ ଓ ପ୍ରଶାସନ। ତେଣୁ ଏଭଳି ଗସ୍ତରୁ ସାଧାରଣ ଲୋକଙ୍କୁ କିଛି ଉପକାର ମିଳିବ ନା ଏହା କେବଳ ଟିକସଦାତା ମାନଙ୍କର ଅର୍ଥର ଦୁରୂପଯୋଗ ତାହା ସମୟ କହିବ।ଏହି ପରିସ୍ଥିତିରୁ ରାଜନୈତିକ ଲାଭ ଯାହାର ବର୍ତ୍ତମାନ ପରିସ୍ଥିତିରେ ଆଶା ବହୁତ କମ, ତାହା ନେବାପାଇଁ ବିରୋଧୀ କଂଗ୍ରେସ ଦଳ ପକ୍ଷରୁ ବିରୋଧ ପ୍ରଦର୍ଶନ ମଧ୍ୟ କରାଯାଇଥିଲା।କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ ଯଦି ଠକ ଓ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ମାନଙ୍କୁ ପ୍ରକୃତରେ ୫ଟି ର ଭୟ ରହିବ ତେବେ ସାଧାରଣ ଲୋକେ ନିଶ୍ଚିତ ଭାବରେ ଉପକୃତ ହେବେ।

Square Ad 1
Leave A Reply

Your email address will not be published.