Webportal

ଘରଭଡ଼ା ଉପରେ ୧୮% ଜିଏସ୍‌ଟି ଲାଗିବ

ଲୋକଙ୍କ ରହଣି ପାଇଁ ଦେଲେ ଲାଗିବନି, ବ୍ୟବସାୟ ପାଇଁ ଦେଲେ ଜିଏସ୍‌ଟି ଲାଗିବ

sanitry
0 103

ଦେଶରେ ଦରଦାମ୍ ସ୍ଥିତି ଅଣାୟତ୍ତ ହୋଇପଡ଼ିଥିବା ବେଳେ ସରକାର ଲୋକଙ୍କ ଉପରେ ଟିକସ ବୋଝ ଲଦିବାରେ ଲାଗିଛନ୍ତି। କିଛି ଦିନ ପୂର୍ବେ ଚୁଡ଼ା, ମୁଢ଼ି ଭଳି ଗରିବ ଲୋକ ଖାଉଥିବା ଖାଦ୍ୟ ସାମଗ୍ରୀ ଉପରେ ଜିଏସ୍‌ଟି ଲାଗୁ କରିବା ପରେ ଏବେ ଘର ଭଡ଼ା ଉପରେ ୧୮% ଭଳି ଚଢ଼ା ଦରର ଜିଏସ୍‌ଟି ଲାଗୁ କରାଯାଇଛି। ଚଳିତ ମାସ ୧୮ ତାରିଖରୁ ଏହି ନିୟମ ଲାଗୁ ହେବ। ଏହାକୁ ନେଇ ବିଭ୍ରାନ୍ତିକର ତଥ୍ୟର ପ୍ରଚାର ପ୍ରସାର ହେବା ପରେ ସରକାରଙ୍କୁ ଶେଷରେ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି। ଘର ଭଡ଼ା ଦେଇଥିବା ମାଲିକମାନଙ୍କୁ ୧୮% ହାରରେ ଜିଏସ୍‌ଟି ଗଣିବାକୁ ପଡ଼ିବ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଘର ଭଡ଼ା ଦେଇଥିବା ଲୋକମାନେ ସେହି ଖବର ପାଇବା ପରେ ଚିନ୍ତିତ ହୋଇପଡ଼ିଥିଲେ। ତେବେ ସେମାନଙ୍କ ମନରେ ରହିଥିବା ଦ୍ବନ୍ଦ୍ବକୁ ଦୂର କରିବା ଲାଗି ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇପି)ର ଫ୍ୟାକ୍ଟ ଚେକ୍ ଶାଖା ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି।

ପିଆଇବି ପକ୍ଷରୁ କୁହାଯାଇଛି ଯେ କୌଣସି ଆବାସିକ ଗୃହକୁ ସାଧାରଣ ଲୋକଙ୍କ ରହିବା ଲାଗି କିମ୍ବା ବ୍ୟକ୍ତିଗତ ବ୍ୟବହାର ଲାଗି ଦେଲେ ସେଥିରୁ ଯେଉଁ ଭଡ଼ା ମିଳିବ ତାହା ଉପରେ ଜିଏସ୍‌ଟି ଲାଗିବ ନାହିଁ। କିନ୍ତୁ ଘରକୁ ଯଦି ବ୍ୟବସାୟ କାର୍ଯ୍ୟକଳାପ ପାଇଁ ଭଡ଼ା ସୂତ୍ରରେ ଦିଆଯିବ ତେବେ ସେହି ଭଡ଼ା ଉପରେ ଜିଏସ୍‌ଟି ଲାଗିବ। ଏଭଳିକି କୌଣସି ସଂସ୍ଥାର ତତ୍ତ୍ବାବଧାୟକ କିମ୍ବା ସହଯୋଗୀ ଆବାସିକ ଗୃହକୁ ବ୍ୟକ୍ତିଗତ ବ୍ୟବହାର ପାଇଁ ଦେବେ ତାହା ଉପରେ ମଧ୍ୟ ଜିଏସ୍‌ଟି ଲାଗୁ ହେବନାହିଁ। ରହଣି ଉଦ୍ଦେଶ୍ୟରେ କାହାକୁ ଘର ଦେଲେ ସେହି ଭଡ଼ା ଉପରେ କୌଣସି ଜିଏସ୍‌ଟି ଲାଗିବ ନାହିଁ।

ବର୍ତ୍ତମାନ ସୁଦ୍ଧା କେବଳ କମର୍ସିଆଲ୍ ସମ୍ପତ୍ତି ଭଡ଼ା ଉପରେ ଜିଏସ୍‌ଟି ଲାଗୁ କରାଯାଉଛି। ମାତ୍ର ଚଳିତ ମାସ ୧୮ରୁ ସେହି ସବୁ ପ୍ରକାର ଭଡ଼ା ଉପରେ ଜିଏସ୍‌ଟି ଲାଗିବ ଯାହାକୁ କମର୍ସିଆଲ୍ କାମ ପାଇଁ ବ୍ୟବହାର କରାଯାଉଛି। ଯଦି ଜିଏସ୍‌ଟି ପାଇଁ ପଞ୍ଜୀକରଣ କରିଥିବା କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଆବାସିକ ଗୃହକୁ ବ୍ୟବସାୟ କାମ ପାଇଁ ଦେଇଥିବେ ତେବେ ସେଥିରୁ ଯେଉଁ ଭଡ଼ା ମିଳୁଛି ତାହା ଉପରେ ଜିଏସ୍‌ଟି ଲାଗିବ। ଭଡ଼ା ନେଉଥିବା ବ୍ୟକ୍ତିଙ୍କୁ ୧୮% ଜିଏସ୍‌ଟି ଦେବାକୁ ପଡ଼ିବ। ଟିକସ ବିଶେଷଜ୍ଞମାନଙ୍କ ମତରେ ଜିଏସ୍‌ଟିକୁ ନେଇ ନିୟମରେ କରାଯାଇଥିବା ପରିବର୍ତ୍ତନ କିଛି ସଂସ୍ଥାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଯେଉଁ ସଂସ୍ଥା କିମ୍ବା କର୍ପୋରେଟ୍‌ ଆବାସିକ ଗୃହ କର୍ମଚାରୀଙ୍କ ପାଇଁ ଭଡ଼ା ସୂତ୍ରରେ ନେଇଛନ୍ତି ସେମାନଙ୍କୁ ଜିଏସ୍‌ଟି ଗଣିବାକୁ ପଡ଼ିବ।

ଜିଏସ୍‌ଟି ପରିଷଦର ୪୭ତମ ବୈଠକରେ ଜିଏସ୍‌ଟିରେ କେତେକ ପରିବର୍ତ୍ତନକୁ ଅନୁମୋଦନ ପ୍ରଦାନ କରାଯାଇଥିଲା। ପ୍ୟାକେଟ୍‌ରେ ବିକ୍ରି ହେଉଥିବା ଚୁଡ଼ା ଓ ମୁଢ଼ି ଉପରେ ୫% ଜିଏସ୍‌ଟି ଲାଗୁ କରିବା ଓ ଘର ଭଡ଼ା ଉପରେ ୧୮% ଜିଏସ୍‌ଟି ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। ସେହି ନିଷ୍ପତ୍ତିଗୁଡ଼ିକ ଅଗଷ୍ଟ ୧୮ରୁ ଲାଗୁ ହେବ। ବର୍ତ୍ତମାନ ସୁଦ୍ଧା କେବଳ କାର୍ଯ୍ୟାଳୟ କିମ୍ବା ଦୋକାନ ଲାଗି ଦିଆଯାଉଥିବା ଘରର ଭଡ଼ା ଉପରେ ଜିଏସ୍‌ଟି ଲାଗୁ ଥିଲା।

Square Ad 1
Leave A Reply

Your email address will not be published.