Webportal

ଚଡା ଆଳୁ ଦର ଉପରେ ଲଗାମ ଲଗାଇବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ

୩୨ ଟଙ୍କାରୁ ଅଧିକ ଦରରେ ବିକିଲେ କାର୍ଯ୍ୟାନୁଷ୍ଠାନ

sanitry
0 103

ରୋଷେଇଶାଳର ମୁଖ୍ୟ ପରିବା ଉପରେ ମାହାଙ୍ଗା ମାଡ଼। ବଢୁଥିବା ଆଳୁ ଦରକୁ ନେଇ ଗ୍ରାହକ ଚିନ୍ତାରେ। ଆଳୁକୂ ନେଇ ବୈଠକ ପୂର୍ବରୁ ଆଳୁ ଗୋଦାମରେ ପହଞ୍ଚି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ଥିତି ପରଖିଛନ୍ତି। ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ବଜାର ଓ ଗୋଦାମରେ ଚଢାଉ କରାଯାଉଛି।ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ରାଜ୍ୟରେ ଆଗାମୀ ୭ ଦିନ ଯାଏ ମହଜୁଦ ରହିଛି ଆଳୁ। ତେଣୁ ଅସାଧୁ ବ୍ୟବସାୟୀ ଚଢ଼ା ଦରରେ ଆଳୁ ବିକ୍ରି କଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ହେବ।ଯୋଗାଣ ମନ୍ତ୍ରୀ କହିଛନ୍ତି, ସରକାର ପଶ୍ଚିମବଙ୍ଗରୁ ଆଳୁ ଆଣିବାକୁ ଚେଷ୍ଟା ଚଳାଇଛନ୍ତି। ଆଳୁ ଗାଡ଼ି ଫେରିଯିବା ଦୁର୍ଭାଗ୍ୟଜନକ। ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ନିଷ୍ପତ୍ତି ନେଇ ତାଙ୍କ ସହ ଆଲୋଚନା କରିବୁ। ପଶ୍ଚିମବଙ୍ଗରୁ ଆଳୁ ଆସି ନପାରିଲେ ଉତ୍ତରପ୍ରଦେଶରୁ ଆମଦାନୀ ପାଇଁ ଯୋଗାଯୋଗ କରାଯାଉଛି।

Square Ad 1
Leave A Reply

Your email address will not be published.