Webportal

ଚର୍ଚ୍ଚାରେ ପ୍ରଦୀପ ପାଣିଗ୍ରାହୀ: କେନ୍ଦ୍ରମନ୍ତ୍ରୀ ଓ ବାଚସ୍ପତିଙ୍କ ମଝିରେ ବସିଲେ

sanitry
0 367

ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପୁଣି ଚର୍ଚ୍ଚାରେ । ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କ ଆଜି ଶପଥ ଗ୍ରହଣ ସମାରୋହ ଉତ୍ସବରେ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ଆଗଧାଡ଼ିରେ ପ୍ରଦୀପଙ୍କୁ ଦେଖିବାକୁ ମିଳିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ମଝିରେ ପ୍ରଦୀପ ବସିଥିବାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା । ତେବେ ଶପଥ ସମାରୋହ ଉତ୍ସବରେ ପ୍ରଦୀପଙ୍କ ପାଇଁ ଉକ୍ତ ଆସନ ଉଦ୍ଦିଷ୍ଟ ଥିଲା ନା ପ୍ରଦୀପ ନିଜ ଇଚ୍ଛାରେ ସେଠାରେ ବସିଥିଲେ ସ୍ପଷ୍ଟ ହୋଇନି ।ଶପଥ ସମାରୋହ ଉତ୍ସବକୁ ବିଧାୟକ, ମନ୍ତ୍ରୀ ଓ ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ନବନିଯୁକ୍ତ ରାଜ୍ୟପାଳ ଶ୍ରୀ ଦାସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମଂଚରେ ଉପସ୍ଥିତ ଥିଲେ । ନିମନ୍ତ୍ରିତ ଅତିଥି ଭାବେ ଆଗଧାଡ଼ିରେ ବାଚସ୍ପତି ପ୍ରମିଳା ମଲ୍ଲିକ, ବରିଷ୍ଠ ମନ୍ତ୍ରୀ ପ୍ରଦୀପ ଅମାତ୍ , ବରିଷ୍ଠ ବିଧାୟକ ଶଶୀଭୂଷଣ ବେହେରା, ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଅଶୋକ ବଳ ପ୍ରମୁଖଙ୍କୁ ଆଗଧାଡ଼ିରେ ବସିଥିବାର ଦେଖିବାକୁ ମିଳିଛି ।ତେବେ ବିଜେଡିରୁ ବହିଷ୍କୃତ ହେବା ପରଠୁ ପ୍ରଶାସନିକ କାର୍ଯ୍ୟରେ ଅଣଦେଖା ରହିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଏକାଠି ବସିଥିବାର ଫଟୋ ଭାଇରାଲ ହେବାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟପାଳଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ସବୁ ବିଧାୟକ ଓ ମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ବିଧାୟକ ଶ୍ରୀ ପାଣିଗ୍ରାହୀ ଶପଥ ଉତ୍ସବକୁ ଆଗୁଆ ଆସିଥିଲେ । ଆଗ ଧାଡ଼ିରେ ସିଟ୍ ଖାଲି ଥିବା ଦେଖି ସେ ଗୋଟିଏ ସାଇଡରେ ବସିଥିଲେ । ତାଙ୍କ ପାଖରେ ଖାଲି ଥିବା ସିଟରେ ବାଚସ୍ପତି ପ୍ରମିଳା ମଲ୍ଲିକ ବସିଥିଲେ । ସେମାନଙ୍କ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆସିଥିଲେ ଓ ଆଗଧାଡ଼ିରେ ଖାଲି ଥିବା ସିଟରେ ବସିଥିଲେ । ଶପଥ ଗ୍ରହଣ ସମାରୋହ ଉତ୍ସବକୁ ନିମନ୍ତ୍ରିତ ହୋଇ ଆସିଥିବା ବିଧାୟକ ଓ ମନ୍ତ୍ରୀମାନଙ୍କ ବସିବା ପାଇଁ ସମ୍ମୁଖସ୍ଥ ୨-୩ଟି ଧାଡ଼ିର ସିଟ୍ ଉଦ୍ଦିଷ୍ଟ ରହିଥିଲା । ସେଭଳି କୌଣସି ନିର୍ଦ୍ଦିଷ୍ଟ ସିଟ୍ କୌଣସି ଅତିଥିଙ୍କ ପାଇଁ ସଂରକ୍ଷିତ ନଥିଲା । ତେଣୁ ଯିଏ ଯେଉଁଠି ବସିଲେ ତାଙ୍କୁ ଉଠାଇବା ଅଶୋଭନୀୟ ହୋଇଥାନ୍ତା ।

Square Ad 1
Leave A Reply

Your email address will not be published.