Webportal

ଚେର ଧରିବାକୁ ନାହିଁ ଚେଷ୍ଟା, ଫସିଲେ ଭିଜିଲାନ୍ସ ଜାଲରେ ଫାଣ୍ଡି ଅଧିକାରୀ

sanitry
0 366

ଅନୁଗୁଳ ରେ ଭିଜିଲାନ୍ସ ଜାଲରେ ଫସିଲେ ଫାଣ୍ଡି ବାବୁ।ଘଟଣାଟି ହେଲା ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ଟାପଢୋଲ ଫାଣ୍ଡି ଅଧିକାରୀ ଗଜେନ୍ଦ୍ର ବେହେରା ଏକ ମାଡପିଟ କେଶ ରଫାଦଫା କରିବା ପାଇଁ ସେହି ଗ୍ରାମର ଜଗନ୍ନାଥ ବେହେରାଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଲାଞ୍ଜ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଟଙ୍କା ସମେତ ଧରା ପଡିଛନ୍ତି।ଏହି ଚଢ଼ାଉ କଟକ ରୁ ଆସିଥିବା ଭିଜିଲାନ୍ସ ଦଳ ଓ ସ୍ଥାନୀୟ ଅନୁଗୁଳ ଭିଜିଲାନ୍ସ ଦଳର ମିଳିତ ସହଯୋଗରେ ହେଇଥିଲା।

ଭିଜିଲାନ୍ସ କିମ୍ବା ଦୁର୍ନୀତି ନିବାରଣ ବିଭାଗ ଗଠନ ହୋଇଛି ଦୁର୍ନୀତି ଗ୍ରସ୍ତ ସରକାରୀ କର୍ମଚାରୀ ଆଦିଙ୍କୁ ଧରି ଦଣ୍ଡ ବ୍ୟବସ୍ଥା କରିବା ପାଇଁ, ସେ ଉଚ୍ଚ ସ୍ତରୀୟ ହୁଅନ୍ତୁ କିମ୍ବା ତଳ ସ୍ତରୀୟ ହୁଅନ୍ତୁ। ଏଠାରେ କଥା ଉଠେ ଯେ କୌଣସି ସ୍ତରରେ ଦୁର୍ନୀତି କୁ ଧରି ଦଣ୍ଡ ଦେବା ନିହାତି ଦରକାର ଯାହା କି ଆଜି ଭିଜିଲାନ୍ସ ବା ଦୁର୍ନୀତି ନିବାରଣ ବିଭାଗ କରିଛନ୍ତି ଓ ସର୍ବଦା କରି ଆସୁଛନ୍ତି। କିନ୍ତୁ ଦୁର୍ନୀତି ର ଚେର ଯେଉଁଠୁ ଆରମ୍ଭ ହେଉଛି ଯଥା ବଡ ପଦପଦବୀ ରେ ଥିବା ଅଧିକାରୀ, ନେତା ଆଦିଙ୍କ ଉପରେ ଯଦି ଦୁର୍ନୀତି ନିବାରଣ ବିଭାଗ ର କୋପ ଦୃଷ୍ଟି  ପଡନ୍ତା ତେବେ ତଳତଳିଆ କର୍ମଚାରୀ ମାନେ ସହଜରେ ଦୁର୍ନୀତି କରିବା ପାଇଁ ସାହସ କରିବେ ନାହିଁ ବୋଲି ଆଶା କରାଯାଉଛି।

Square Ad 1
Leave A Reply

Your email address will not be published.