Webportal

ଛୋଟ ପିଲାଙ୍କ ଟଙ୍କା ବି ବାଟମାରଣା, ଖାଦ୍ୟ ଅଭାବରୁ ହଷ୍ଟେଲ ଛାଡିଲେ ଶହ ଶହ ଛାତ୍ରୀ

sanitry
0 131

ଅନୁଗୁଳ ଜିଲ୍ଲାର ପାଳଲହଡାରେ ମୋ ସରକାର କାର୍ଯ୍ୟକ୍ରମ ବିଫଳ। ଖାଦ୍ୟ ଅଭାବରୁ ଶିବିଡା ଶିକ୍ଷା ନିକେତନ ଛାଡ଼ିଲେ ଦୁଇଶହ ରୁ ଉର୍ଦ୍ଧ୍ବ ଅନ୍ତେବାସୀ ।
ପୁଣି ଚର୍ଚ୍ଚାରେ ଶିବିଡା ଶିକ୍ଷା ନିକେତନ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପାଳଲହଡା ଶିବିଡା ଶିକ୍ଷା ନିକେତନରେ। ପୂର୍ବରୁ ଅନ୍ତେବାସି ଛାତ୍ରୀ ମାନଙ୍କୁ ଡାଲି ପାଣି ଦେଇ ସାରା ରାଜ୍ୟରେ ଚର୍ଚ୍ଚାରେ ଥିବାବେଳେ ଆଜି ମୋ ସରକାର କାର୍ଯ୍ୟକ୍ରମ କୁ ଶକ୍ତ ଚାପୁଡ଼ା ବାଜିଛି। ଗୋଟିଏ ପଟେ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବାହାବା ନେଉଥିବା ବେଳେ ଆଜିର ଆଦିବାସୀ ଶିବିଡା ଶିକ୍ଷାନିକେତନ ରେ ଖାଦ୍ୟ ଅଭାବରୁ ଦୁଇଶହ ରୁ ଉର୍ଦ୍ଧ୍ବ ଛାତ୍ରୀ ହଷ୍ଟେଲ ଛାଡିବା ଘଟଣା ପୁରା ପ୍ରମାଣିତ କରି ଦେଇଛି ପ୍ରଶାସନ ର ପାରିବା ପଣିଆକୁ । ତେବେ ଦୀର୍ଘ ଦିନ ହେଲା ହଷ୍ଟେଲରେ ପାଣି ର ଅସୁବିଧା , ଶୌଚ ହେବାର ଅସୁବିଧା , ଖାଇବା ପିଇବା ରେ ଅସୁବିଧା ଲାଗି ରହିଥୀଲେ ସୁଦ୍ଧା ସ୍ଥାନୀୟ ଜନପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ ତାର ସ୍ଥାୟୀ ସମାଧାନ ହୋଇ ପାରିନଥିଲା । ଛାତ୍ରୀ ମାନଙ୍କୁ ଖାଇବା ଓ ଚିକିତ୍ସା ମିଳୁ ନଥିବାରୁ ଶେଷରେ ଅତିଷ୍ଠ ହୋଇ ଆଜି ଅଭିଭାବକ ମାନେ ନିଜ ନିଜର ପିଲା ମାନଙ୍କୁ ହଷ୍ଟେଲ ରୁ ଘରକୁ ଫେରାଇ ଆଣିବାକୁ ବାଧ୍ୟ ହୋଇଛନ୍ତି ।

Square Ad 1
Leave A Reply

Your email address will not be published.