ଅନୁଗୁଳ ଜିଲ୍ଲାର ତାଳଚେର ଜଗନ୍ନାଥ ଓପନ କାଷ୍ଟ ମାଇନ୍ସରେ ସର୍ଟ ସର୍କିଟ ଯୋଗୁଁ ଏକ ୧୨୦୦ଏଚ.ପି. ର ପିସି ମେସିନ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛ ଯାହାର ମୂଲ୍ୟ ପ୍ରାୟ ତିନି କୋଟି କୁହାଯାଇଛି। ସୌଭାଗ୍ୟ ବଶତଃ ଏହି ଅଗ୍ନିକାଣ୍ଡରୁ ପିସି ଅପରେଟର ବର୍ତ୍ତି ଯାଇଛନ୍ତି । ଜଗନ୍ନାଥ ଖଣିରେ ଏହି ମେସିନ ମାଟି କାଟିବା କାମ କରୁଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି । ତେବେ କର୍ତ୍ତୃପକ୍ଷଙ୍କ ଅବହେଳା ଓ ରକ୍ଷଣାବେକ୍ଷଣ ଅଭାବରୁୁ ଏହା ଘଟିଥିବା କୁହାଯାଉଛି।