ଆମେ ଆଜି ଅନୁଗୁଳ ପୌରପାଳିକା ର ମହିଳାଙ୍କ ପାଇଁ ସାରଂଖିତ ୪ ନମ୍ବର ୱାର୍ଡର କାଉନସିଲର ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲେଇ ଥିବା ସଂଗୀତା ବାଗ୍ରୋଡିଆ ଙ୍କ ବିଷୟରେ କିଛି କହିବାକୁ ଯାଉଛୁ।
ଶ୍ରୀମତୀ ବାଗ୍ରୋଡିଆ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ଶଙ୍ଖ ଚିନ୍ହରେ ନିର୍ବାଚନ ଲଢ଼ୁଛନ୍ତି।ଜଣେ ଦକ୍ଷ ଗୃହିଣୀ,ସମାଜସେବାରେ ରୁଚି ରଖୁଥିବା ଓ ମିଷ୍ଟଭାଷୀ ଏବଂ ମେଳାପୀ ମହିଳା ଭାବରେ ସେ ଉପରୋକ୍ତ ୱାର୍ଡରେ ସୁପରିଚିତ।ପୂର୍ବରୁ ତାଙ୍କ ସ୍ୱାମୀ ଭେଙ୍କଟ ବାଗ୍ରୋଡିଆ ୨୦୦୮ ରୁ ୨୦୧୩ ପର୍ଯ୍ୟନ୍ତ ସେହି ୱାର୍ଡରୁ କାଉନସିଲର ରହିଥିବା ବେଳେ ୨୦୧୩ ରୁ ୨୦୧୮ ପର୍ଯ୍ୟନ୍ତ ଅନୁଗୁଳ ପୌରପାଳିକା ରେ ସାଂସଦଙ୍କ ପ୍ରତିନିଧି ଭାବେ ଦାଇତ୍ୱ ତୁଲାଇ ଅଛନ୍ତି।ସଂଗୀତା ସେହି ସମୟ ମଧ୍ୟରେ ତାଙ୍କୁ ସହଯୋଗ କରି ଆସୁଥିଲେ।
କିନ୍ତୁ ଏବେ ସେହି ୪ ନମ୍ବର ୱାର୍ଡ ଟି ମହିଳା ମାନଙ୍କ ପାଇଁ ସରଂଖିତ ହେବା ପରେ ସଂଗୀତା ନିଜେ ନିର୍ବାଚନ ମଇଦାନକୁ ଓହ୍ଲାଇ ଅଛନ୍ତି ଏବଂ ଜିତିଲେ ଆହୁରି ଉତ୍ତମ ଭାବେ ନିଜ ୪ ନମ୍ବର ୱାର୍ଡ ବାସିନ୍ଦାଙ୍କ ସେବା କରିବା ସହ ସେମାନଙ୍କର ସମସ୍ୟାର ସମାଧାନ କରିପାରିବେ ବୋଲି ଆଶା ରଖିଛନ୍ତି।