ଆମେ ଆପଣଙ୍କୁ ଅସରଂଖିତ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ସୁବାସ ସିଂହ ଙ୍କ ବିଷୟରେ କିଛି ଜଣାଉଛୁ।
ଶ୍ରୀ ସିଂହ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ଶଙ୍ଖ ଚିନ୍ହରେ ନିର୍ବାଚନ ମଇଦାନକୁ ଲମ୍ପ ଦେଇଛନ୍ତି।ସେ ଏବେ ରାଜ୍ୟସଭା ସାଂସଦ ଅଛନ୍ତି।ଜଣେ ଜଣାଶୁଣା ଶ୍ରମିକ ନେତା ଭାବେ ପରିଚିତ ସୁବାସ ସିଂହ ପ୍ରାରମ୍ଭରେ କମ୍ୟୁନିଷ୍ଟ ଦଳ ସହ ଜଡିତ ଥିଲେ ଓ ପରେ ବିଜେଡି ରେ ଯୋଗ ଦେଇଥିଲେ।ଏବେ କଟକ ମେୟର ଆସନ ପାଇଁ ଲଢ଼ୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ସେ ହେଉଛନ୍ତି ସବୁଠାରୁ ଧନୀ।
କଟକ ମେୟର ଆସନ ତିନୋଟି ବିଧାନସଭା ଆସନ କୁ ନେଇ ଗଠିତ। ତାଙ୍କ ପ୍ରତିକ୍ରିୟାରେ ସେ କଟକ ପାଇଁ କଠିନ ପରିଶ୍ରମ କରିବା କଥା କହିଛନ୍ତି।କଟକକୁ ନୂଆ ରୂପରେ ଗଢିବା ପାଇଁ ମୁଖ୍ୟମନ୍ତ୍ରୀ କରୁଥିବା ଚେଷ୍ଟା ଦିଗରେ ସେ ପ୍ରତ୍ୟକ୍ଷ ଭାବେ କାମ କରିବେ ବୋଲି କହିଛନ୍ତି।
କେଉଁ ଆଧାରରେ ଲୋକେ ତାଙ୍କୁ ଭୋଟ ଦେବେ ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂହ କହିଥିଲେ ଯେ କଟକକୁ ନୂଆ ରୂପରେ ଘଡିବା କାମ ହେବ, ତା ଠାରୁ ଆଉ କଣ ଅଧିକ ଆଧାର ହୋଇପାରେ।ତା ସହିତ ଗତ ଚାଳିଶ ବର୍ଷ ଧରି ସେ କଟକର ଉନ୍ନତି ପାଇଁ କାମ କରୁଥିବା କଥା କହିଛନ୍ତି।।କଟକ ହେଉଛି ତାଙ୍କର ହୃଦୟ।ଏଥର ମେୟର ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ଜିତିବା ପରେ କୌଣସି ଉନ୍ନତି କର କାର୍ଯ୍ୟ କରିବା ପାଇଁ ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି।