ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଜାମ୍ବୁନାଳି ଗ୍ରାମରେ ସୋମବାର ଏକ ଦୁଃଖଦ ଘଟଣା ଘଟି ଯାଇଛି । ଗ୍ରାମର ରଞ୍ଜନ କୁମାର ମାଝିଙ୍କ ୧୦ ବର୍ଷର ପୁଅ ନିରାକାର ସାଙ୍ଗ ମାନଙ୍କ ସହ ଜାମୁକୋଳି ଖାଇବାକୁ ଯାଇ ଆଉ ଘରକୁ ଫେରିଲେ ନାହିଁ । ବହୁ ସମୟ ଖୋଜାଖୋଜି କରିବା ପରେ ଗ୍ରାମ ନିକଟରେ ଥିବା ଜିରାବାହାଳି ପୋଖରୀରେ ବୁଡ଼ି ଯାଇଥିବା ଜଣା ପଡିଥିଲା । ସୂଚନା ଅନୁସାରେ ନିରାକାର ଆଜି ସକେଲ ଜାମୁକୋଳି ଖାଇବାକୁ ସାଙ୍ଗ ମାନଙ୍କ ସହ ବାହରିଥିଲେ । ସେଠାରୁ ଫେରି ଗାଁ ପୋଖରୀରେ ଗାଧୋଇଥିଲେ । ତେବେ ସେ ହାତ୍ହାତ ଗଭୀର ପାଣିକୁ ଚାଲି ଯାଇଥିବା ବେଳେ ବୁଡି ଯାଇଥିଲେ । ଏହା ଦେଖି ସାଙ୍ଗମାନେ ପାଟି କରିବାରୁ ପୋଖରୀରେ ଗୋଧୋଉଥିବା ଅନ୍ୟ ଲୋକମାନେ ପାଣିରେ ପଶି ନିରାକାରଙ୍କୁ ଉଦ୍ଧାର କରିବା ସହିତ ଛେଣ୍ଡିପଦା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।