ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ପିଟିସ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଆଇନସେବା ପ୍ରାଧିକରଣ କମଳାକାନ୍ତ ନାୟକ, ଅନୁଗୋଳ ଡି.ଏସ.ପୀ ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ, ଲିଗାଲ ପ୍ରୋବେସନ ଅଫିସର ପ୍ରଦୀପ କୁମାର ନାୟକ, ଶିଶୁ ମଙ୍ଗଳ କମିଟି ର ସଦସ୍ୟ କଲ୍ୟାଣ କିଶୋର ମହାନ୍ତି, ନିର୍ଦ୍ଦେଶକ ଚାଇଲ୍ଡ ଲାଇନ ମନୋଜ କୁମାର ମହାପାତ୍ର, ଫ୍ରଣ୍ଟ ଅଫିସ ରିଟେନର, ଜିଲ୍ଲା ଆଇନ ସେବା ପ୍ରାଧୀକରଣ ମମତାରାଣୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥମାନେ ଛାତ୍ରଛାତ୍ରୀ ମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ଆଇନ୍, ଆଇନ ଅନୁଯାୟୀ ଦୋଷୀକୁ ଦଣ୍ଡ, ସରକାରଙ୍କ ତରଫରୁ ପୀଡ଼ିତଙ୍କ ପାଇଁ କ୍ଷତିପୂରଣ ବ୍ୟବସ୍ଥା, କିଶୋର ନ୍ୟାୟ (ଶିଶୁଙ୍କୁ ଯନ୍ ଓ ସୁରକ୍ଷା) ଆଇନ, ଶିକ୍ଷା ଅଧିକାର ଆଇନ, ଶିଶୁ ଶ୍ରମିକ ନିରୋଧ ଆଇନ, ବାଲ୍ୟ ବିବାହ ନିରୋଧ ଅଧୁନିୟମ, ଆମର ବିଭିନ୍ନ ମୌଳିକ କର୍ତ୍ତବ୍ୟ ଓ ଅଧିକାର ଇତ୍ୟାଦି ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ। ଏହା ସହିତ ସାମାଜିକ ଓ ଆର୍ଥିକ ସ୍ତରରେ ପଛୁଆ ଥିବା ବ୍ୟକ୍ତିଙ୍କୁ କିପରି ସମ୍ପୂର୍ଣ ମାଗଣାରେ ଆଇନସେବା ପାଇପାରିବେ ଓ ବିଭିନ୍ନ ପ୍ରକାରର ସହାୟତା ଯୋଗାଇ ଦିଆଯାଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମଟିକୁ ଜିଲ୍ଲା ଆଇନସେବା ପ୍ରାଧୀକରଣର ସଚିବ କମଳାକାନ୍ତ ନାୟକ ପରିଚାଳନା କରିଥିଲେ । ସର୍ବ ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ କେଦାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।