ଜୀବନସାଥି ଖୋଜିବେ ଅନୁଗୁଳ ଜିଲ୍ଲାପାଳ; ଏଥିପାଇଁ ମିଳିଛି ଅଭିଯୋଗ
ଜିଲାପାଳଙ୍କୁ ଅଭିଯୋଗ ପ୍ରକୋଷ୍ଠରେ ନିଜ ପାଇଁ ଜୀବନସାଥି ଖୋଜିବାକୁ ଦରଖାସ୍ତ ଦେଲେ ଦିବ୍ୟାଙ୍ଗ
ଆଜି ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବ୍ଲକ୍ ରେ ଜିଲ୍ଲାପାଳ ସିର୍ଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଭିଯୋଗ ଶୁଣାଣୀରେ ଜୀବନ ସାଥି ଖୋଜିବା ପାଇଁ ଅଭିଯୋଗ ଜଣାଇଁଲେ ନୂଆଁପଡା ଗ୍ରାମର ଦିବ୍ୟାଙ୍ଗ ସଞ୍ଜିବ ମହାପାତ୍ର । ସୂଚନା ଯେ, ପ୍ରତ୍ୟେକ ସୋମବାର ବିଭିନ୍ନ ବ୍ଲକ୍ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କରୁଥିବା ବେଳେ ଆଜି ଛେଣ୍ତିପଦା ବ୍ଲକ୍ ରେ ହୋଇଥିଲା। ଫଳରେ ଅନେକ ହିତାଧିକାରୀ ନିଜ ନିଜର ଅଭିଯୋଗ ଜଣାଉଥିବା ବେଳେ ନୂଆଁପଡା ଗ୍ରାମର ଦିବ୍ୟାଙ୍ଗ ସଞ୍ଜିବ୍ ମହାପାତ୍ର କରିଥିବା ଅଭିଯୋଗ ଏବେ ଚର୍ଚ୍ଚା ର ବିଷୟ ପାଲଟି ଛି । ସେ ଦିବ୍ୟାଙ୍ଗ ହୋଇଥିବା ରୁ ତାଙ୍କୁ ଝିଅ ମିଳୁନାହିଁ ଏବଂ ବାପା ମା ମଧ୍ୟ ବୃଦ୍ଧା ଅବସ୍ଥାରେ ରୋଷେଇ ଓ ଘର କାମ କରିବାରେ ଅକ୍ଷମ। ତେଣୁ ସେ ଜିଲାପାଳଙ୍କ ଅଭିଯୋଗ ଶୁଣାଣୀ ରେ ନିଜ ପାଇଁ ଏକ ଜୀବନ ସାଥି ଖୋଜି ଦେବା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।