Webportal

ଟ୍ରାଫିକ ଓ ମୋଟରଯାନନ ନିୟମ ପାଳନ ପାଇଁ ଲୋକଙ୍କୁ ମନାଇବା ରାସ୍ତା କେତେ ଯଥାର୍ଥ

sanitry
0 436

ସଂପ୍ରତି ରାଜ୍ୟରେ ଟ୍ରାଫିକ ଓ ମୋଟରଯାନ ନିୟମ କଡାକଡି କରାଯାଇଛି।ଏହା ଏକ ଉତ୍ତମ ପଦକ୍ଷେପ ଯାହାଦ୍ୱାରା ଲୋକମାନେ ନିୟମ ପାଳନରେ ଅଭ୍ୟସ୍ତ ହେବେ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଦୁର୍ଘଟଣା ଏବଂ ଜୀବନହାନି ବହୁ ପରିମାଣରେ ହ୍ରାସ ପାଇବ।

କିନ୍ତୁ ଯେଉଁଭଳି ବେଲଗାମ ଭାବେ ନିୟମର ଦ୍ୱାହି ଦେଇ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଛି ତାହା ଗଣତନ୍ତ୍ରରେ ଅଶୋଭନୀୟ।

ସରକାର ପରିଚାଳନା ଦାୟିତ୍ୱରେ ଥିବା ରାଜନେତା ଓ ଅଧିକାରୀ କେବେ ଚିନ୍ତା କରି ଦେଖିଛନ୍ତି କି ଏତେ ସଂଖ୍ୟାରେ ଲୋକମାନଙ୍କୁ କିପରି କଷ୍ଟ ନ ଦେଇ ସଠିକ କାଗଜପତ୍ର ରଖିବାକୁ ଓ ହେଲମେଟ ସିଟବେଲ୍ଟ ଆଦି ବ୍ୟବହାର କରିବାକୁ ପ୍ରେରଣା ଦେଇପାରିବେ।

ଯଦି ସାଧାରଣ ଜନତା କାଗଜପତ୍ର ପାଇଁ ପରିବହନ କାର୍ଯ୍ୟାଳୟକୁ ବାରମ୍ବାର ଧାଇଁ ଧାଇଁ ନିରୁତ୍ସାହିତ ନ ହୁଅନ୍ତେ ତେବେ ପ୍ରାୟ ସମସ୍ତଙ୍କ ପାଖରେ ନିଶ୍ଚିତ ଭାବରେ ସଠିକ କାଗଜପତ୍ର ରୁହନ୍ତା।ଏଥିପାଇଁ ଖାଲିଥିବା ବିପୁଳ ସଂଖ୍ୟାର ବିଭାଗୀୟ ପଦବୀ ଗୁଡିକୁ ପୂରଣ କରିବାର ଆବଶ୍ୟକତା ରହିଛି।ଏହା ଫଳରେ ଠିକ ସମୟରେ ଲୋକଙ୍କୁ ସେବା ମିଳିପାରନ୍ତା ଏବଂ ଅନେକ ନବଯୁବକ ଯୁବତୀଙ୍କୁ ରୋଜଗାର ମଧ୍ୟ ମିଳନ୍ତା।ଅଲଗା ଅଲଗା ବାଟରେ ସରକାରୀ ଅର୍ଥର ଅପବ୍ୟୟ ଅପେକ୍ଷା ନିଯୁକ୍ତି ସୁଯୋଗ ଦେଇ ରୋଜଗାର ଦେବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ ରହିଛି।

ଯଦି ବିନା ହେଲମେଟ କିମ୍ବା ସିଟବେଲ୍ଟ ରେ ଡିଜେଲ ପେଟ୍ରୋଲ ନ ମିଳନ୍ତା ତେବେ ଲୋକେ ଏହା ବ୍ୟବହାର କରିବା ପାଇଁ ଅଭ୍ୟସ୍ତ ହୋଇଯାନ୍ତେ।ଯାହାକି ସରକାରଙ୍କ ଦାଦାଗିରି ଭଳି ଅନୁଭବ ମଧ୍ୟ ହୁଅନ୍ତା ନାହିଁ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପରିବହନ ବିଭାଗର କର୍ମଚାରୀ ମାନଙ୍କର ଅତିଶୟ ଉତ୍କୋଚ ଲୋଭ।ଯାହାକୁ କି କଠୋର ଦଣ୍ଡ ଦେଇ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ରହିଛି।

ଗୁରୁତ୍ୱପୂର୍ଣ୍ଣ ହେଲା ସରକାରୀ ଗାଡି ମଧ୍ୟ ମୋଟା ଅଙ୍କର ଫାଇନ ଦେଉଛନ୍ତି ସଠିକ କାଗଜପତ୍ର ଅଭାବରୁ।ଏହା ଏଭଳି ଯେମିତି ଅନ୍ୟକୁ ସର୍ବସାଧାରଣରେ ମଳତ୍ୟାଗ କରିବାକୁ ମନାକରିବା କିନ୍ତୁ ନିଜେ ସର୍ବସାଧାରଣ ରେ ମଳତ୍ୟାଗ କରିବା।

ତେଣୁ ବିଭାଗୀୟ ଦାୟିତ୍ୱବାନ ମନ୍ତ୍ରୀ ଓ ଅଧିକାରୀ ମାନେ ଲୋକଙ୍କୁ ସଠିକ ଟ୍ରାଫିକ ନିୟମ ମାନିବାକୁ ବାଧ୍ୟ କରିବା ପାଇଁ ଆପଣାଉଥିବା ରାସ୍ତା ବିଷୟରେ ଆଉଥରେ ତର୍ଜମା କରିବାର ଆବଶ୍ୟକତା ରହିଛି।

Square Ad 1
Leave A Reply

Your email address will not be published.