Webportal

ତଦନ୍ତ ସମୟରେ ସ୍ଥାବର ସଂପତି ଜବତ କରିପାରିବେନି ପୋଲିସ

sanitry
0 266

କୌଣସି ଘଟଣାର ତଦନ୍ତ ବେଳେ ପୋଲିସ ସ୍ଥାବର ସମ୍ପତ୍ତି ଜବତ କରି ପାରିବନାହିଁ ବୋଲି ସୁପ୍ରିମକୋର୍ଟ ର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ ଖାନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।ଏକ ମାମଲାର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି ଯେ ସମ୍ବିଧାନର ଧାରା ୧୨୦ ଅନୁଯାୟୀ ପୋଲିସ ପାଖରେ ତଦନ୍ତ କରିବାର ଅଧିକାର ରହିଛି କିନ୍ତୁ ଯେଉଁ ଘଟଣାକୁ ନେଇ ତଦନ୍ତ ଚାଲିଛି ସେହି ସମ୍ପର୍କିତ କୌଣସି ଜିନିଷ ସନ୍ଦେହ କୁ ଆସିଲେ ପୋଲିସ ତାକୁ ଜବତ କରି ପାରିବେ।ହେଲେ ସ୍ଥାବର ସମ୍ପତ୍ତି ତଦନ୍ତ ବେଳେ ଜବତ କରି ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।ସୂଚନାଯୋଗ୍ୟ ଯେ ନିକଟରେ ମହାରାଷ୍ଟ୍ର ସରକାର ଆଇପିସି ଧାରା ୧୦୨କୁ ନେଇ ବମ୍ବେ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ।ହାଇକୋର୍ଟ ଶୁଣାଣି କରି କହିଥିଲେ ପୋଲିସ ତଦନ୍ତ ବେଳେ ସ୍ଥାବର ସମ୍ପତ୍ତି ଜବତ କରି ପାରିବନି।ଏହା ପରେ ବମ୍ବେ ହାଇକୋର୍ଟଙ୍କ ରାୟ କୁ ଚାଲେଞ୍ଜ କରି ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Square Ad 1
Leave A Reply

Your email address will not be published.