Webportal

ଦଣ୍ଡ ପାଇବେ ବ୍ରହ୍ମପୁର ସାଂସଦ ନା ବର୍ତିଯିବେ, ସର୍ବସାଧାରଣରେ କ୍ରୋଧ ଉପରେ ନିୟନ୍ତ୍ରଣ ନ ରଖିପାରି ମାଡ଼ ମାରିଥିବା ଲୋକ ଲୋକପ୍ରତିନିଧି ହେବା ପାଇଁ ଯୋଗ୍ୟ କି

ଅପେକ୍ଷା ରହିଲା ପ୍ରଥମେ ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତି କୁ

sanitry
0 195

ଜଣେ ଲୋକ ପ୍ରତିନିଧି ଯଦି ସର୍ବସାଧାରଣରେ ଆଇନ କୁ ହାତକୁ ନେବେ ତାହାହେଲେ ସାଧାରଣ ଲୋକ ମାନେ ତାଙ୍କ ଠାରୁ କଣ ଶିଖି କଣ କରିବେ।କଂଗ୍ରେସ ଓ ବିଜେପି ରୁ ପ୍ରାୟ ୧୫୦ କର୍ମୀ ଆସି ବିଜେଡି ରେ ଯୋଗଦେବା ପାଇଁ ଏକ ମିଶ୍ରଣ ପର୍ବ ଚାଲିଥିବା ବେଳେ ସେଠାରେ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ସୋରଡ଼ା ବିଧାୟକ ଶ୍ରୀ ପୁର୍ଣ ଚନ୍ଦ୍ର ସ୍ଵାଇଁଙ୍କ ସମ୍ମୁଖରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ କଂଗ୍ରେସ ରୁ ଆସି ମିଶୁଥିବା ସଂଗ୍ରାମ କେଶରୀ ସାହୁଙ୍କୁ ସର୍ବସାଧାରଣରେ ମାଡ ମାରିଥିଲେ ଯାହାର ଦୃଶ୍ୟ କ୍ୟାମେରା ରେ କଏଦ ହୋଇଛି।କାରଣ ଶ୍ରୀ ସଂଗ୍ରାମ ତାଙ୍କୁ ସ୍ବାଗତ କରିବା ପାଇଁ ଉତରୀୟ ବିଧାୟକଙ୍କ ପରିବର୍ତ୍ତେ ସାଂସଦଙ୍କ ଠାରୁ ପିନ୍ଧିବାକୁ ଚାହିଁଥିଲେ।କାରଣ ଯାହାବି ହେଉ ଜଣେ ଲୋକପ୍ରତିନିଧି ଏପରି ରାଗିଯିବା ଓ ମାଡ଼ ମାରି ଆଇନ ହାତକୁ ନେବାର ଆବଶ୍ୟକତା କଣ ଥିଲା?ଯଦି ଜଣେ ସାଂସଦ ସାମାନ୍ୟ କଥାରେ ସଂଯମ ରକ୍ଷା କରି ପାରୁ ନାହାନ୍ତି ତେବେ ତାଙ୍କର ଏଭଳି ଗରୀମାପୁର୍ଣ ପଦବୀରେ ରହିବାର ଆଦୌ ଯୋଗ୍ୟତା ନାହିଁ।ସେ ଇସ୍ତଫା ଦେଇଦବା କଥା ନଚେତ ତାଙ୍କୁ ବରଖାସ୍ତ କରାଯିବା କଥା।ସାମାନ୍ୟ ଲୋକଟିଏ ହେଇଥିଲେ ହୁଏତ ପୋଲିସ ନିଜ ଆଡୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା। ଏବେ ସ୍ୱଚ୍ଛ ଶାସନର ଆଶା କରୁଥିବା ଜନତାଙ୍କର ଦେଖିବାକୁ ରହିଲା ଯେ ସାଂସଦଙ୍କ ବିରୁଦ୍ଧରେ ଦଳଦ୍ୱାରା କିମ୍ବା ଆଇନ ଅନୁଯାୟୀ କିଛ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି କିମ୍ବା ସେ ନିଜେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇ ଉଦାହରଣ ସୃଷ୍ଟି କରିବେ କି, ବା କିଛି ପରିଣାମ ନ ବାହାରି ଘଟଣାରେ ପୂର୍ଣ୍ଣଛେଦ ପଡିଯିବ ଏବଂ ରାଜନେତା ମାନେ ଏହିପରି ଭାବରେ ବ୍ୟବହାର କରିବା ଜାରି ରଖିଥିବେ।

Square Ad 1
Leave A Reply

Your email address will not be published.