Webportal

ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଫାଶି ସଦୃଶ୍ୟ ଦଣ୍ଡର ଆବଶ୍ୟକତା

sanitry
0 184

ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଆଇନ କାନୁନ ପ୍ରଣୟନ କରାଯାଉଥିଲେ ମଧ୍ୟ ଅଧିକାଂଶ ସମୟରେ ସାଧାରଣ ଲୋକଟିଏ ନିଜର କୌଣସି ପ୍ରକାର କାମ ସରକାରୀ କାର୍ଯ୍ୟାଳୟରେ କରିବାକୁ ହେଲେ ନାନା ପ୍ରକାର ହଇରାଣ ହରକତ ହେବା ସହ ଲାଞ୍ଚ ଆକାରରେ ଟଙ୍କା ଖର୍ଚ୍ଚ କରୁଛି।ତେବେ ଯାଇ ସରକାରୀ ବାବୁମାନେ ଏମିତି ସାଧାରଣ ଲୋକର ହକ୍ର ହେବାକୁ ଥିବା କାର୍ଯ୍ୟ ସମ୍ପାଦନ କରୁଛନ୍ତି ଯେମିତି ଅତି ଦୟା ଦେଖାଉଛନ୍ତି। ଏମିତି ମଧ୍ୟ ଅନେକ କାମ ଦୁର୍ନୀତି ଦ୍ୱାରା ହେଉଛି ଯାହା ଫଳରେ ଲୋକେ ବଞ୍ଚିବା କଷ୍ଟସାଧ୍ୟ ହେଉଛି।  ଏହିପ୍ରକାରେ ଦେଶରେ ଦୁର୍ନୀତି ତାର ଚରମ ସୀମାରେ ପହଁଚି ଯାଇଛି।ଦେଶବାସୀଙ୍କୁ ନିର୍ଭିଗ୍ନରେ ସେମାନଙ୍କ ହକ୍ର କାମ ସମ୍ପାଦନ କରିବା ପାଇଁ ଏହି ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ମାନଙ୍କ ଉପରେ କଡା ଲଗାମ ଲଗାଇବାକୁ ପଡିବ। ଯା ପାଇଁ ଫାଶୀ ଦଣ୍ଡ ପରି ଦୃଷ୍ଟାନ୍ତମୂଳକ ଦଣ୍ଡର ଆବଶ୍ୟକତା ରହିଛି।କାରଣ ଦୁର୍ନୀତି ନିବାରଣ ସଂସ୍ଥାର କର୍ମଚାରୀ ମାନେ ମଧ୍ୟ ଅନେକ ସମୟରେ ଦୁର୍ନୀତି ଧରିବାକୁ ଯାଇ ନିଜେ ଦୁର୍ନୀତିଗ୍ରସ୍ତ ହେଇଯାଉଛନ୍ତି, ନଚେତ ଦୁର୍ନୀତିରେ ବୁଡି ରହିଥିବା ବାବୁମାନେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଲା ପରେ ମଧ୍ୟ ପୁନର୍ବାର ଚାକିରୀରେ ଅବସ୍ତିତ ହୋଇ ପୂର୍ବତନ ଖୁଲମଖୁଲା ଦୁର୍ନୀତିରେ ଲିପ୍ତ ରହୁଛନ୍ତି। ଦୃଷ୍ଟାନ୍ତମୂଳକ କଡା ଦଣ୍ଡ ବିଧାନ ନ କରାଗଲେ ଏହି କର୍ମଚାରୀ ମାନଙ୍କ ଦ୍ୱାରା ଦେଶରେ କଳାଟଙ୍କା ଯଥେଷ୍ଟ ପରିମାଣରେ ବଡିବା ନିଶ୍ଚିତ ଏବଂ ହତାଶ ହୋଇ ଆଇନକୁ ହାତକୁ ନେଉଥିବା ଲୋକମାନେ ଆଇନକୁ ଅଧିକରୁ ଅଧିକ ହାତକୁ ନେବାର ଆଶଙ୍କାକୁ ଏଡାଇ ଦିଆ ନ ଯାଇପାରେ।

Square Ad 1
Leave A Reply

Your email address will not be published.