Webportal

ଦୃଡ଼ ମନା ଏସ୍ପିଙ୍କ ଦ୍ୱାରା ଅନୁଗୁଳରେ ଜାତୀୟ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା

sanitry
0 698

ଅନୁଗୁଳର ଆରକ୍ଷୀ ଅଧିକ୍ଷକ ଭାବେ ଯେତେବେଳେ ଶ୍ରୀ ମିତ୍ରଭାନୁ ମହାପାତ୍ର ଦାଇତ୍ଵ ନେଲେ ତାଙ୍କୁ ତୁରନ୍ତ ଦୁଇ ଦୁଇଟା ବ୍ୟାଙ୍କ ଡକାୟତି କରି ଦୁର୍ବୃତ୍ତ ମାନେ ଏକ ପ୍ରକାର ଆହ୍ୱାନ ଦେଇଥିଲେ। ଏହା ପରେ ଆରମ୍ଭ ହେଇଯାଇଥିଲା ତାଙ୍କୁ ସମାଲୋଚନା, କିନ୍ତୁ ଯେତେବେଳେ ସେ ସେହି ଅପରାଧି ମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ସେହି ସମାଲୋଚନା କାରୀମାନେ ତାଙ୍କୁ ପ୍ରଶଂସା ରେ ପୋତି ପକେଇଥିଲେ।ଏ ସବୁର ପ୍ରଭାବ ଶ୍ରୀ ମହାପାତ୍ରଙ୍କ ଉପରେ ପଡିବା ଭଳି ଲାଗୁନଥିଲା।କିନ୍ତୁ ତାଙ୍କର ଅନୁଗୁଳ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ପଦ ସମ୍ଭାଳିବା ମାତ୍ରେ ଲାଗ ଲାଗ ଦୁଇଟି ସଫଳ ବ୍ୟାଙ୍କ ଡକାୟତି ବୋଧହୁଏ ଅନୁଗୁଳ ରେ ଯଥାସମ୍ଭବ ଅପରାଧ କୁ ନିୟନ୍ତ୍ରଣ କରିବା ପାଇଁ ତାଙ୍କୁ ଦୃଡ଼ ମନା କରିଥିଲା।ଯାହାର ଫଳ ସ୍ୱରୂପ ଅନୁଗୁଳ ରେ ଜାତୀୟ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଚଳନ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ନିଷ୍ପତ୍ତି ନିଆଗଲା।ଏହାର ପ୍ରଥମ ସୋପନରେ ଅନୁଗୁଳ ସହରର ଆଠଟି ଛକରେ ପରୀକ୍ଷା ମୂଳକ ଭାବେ ଅତ୍ରିଶଟି ସି ସି ଟିଭି କ୍ୟାମେରା ଲଗାଯାଇଛି ଯାହାର ଚବିଶ ଘଣ୍ଟିଆ କଣ୍ଟ୍ରୋଲ ରୁମ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଅବସ୍ଥିତ ଯେଉଁଠାରୁ ସହରରେ ହେଉଥିବା ବିଭିନ୍ନ କାର୍ଯ୍ୟକଳାପ ଯଥା ଅପରାଧ, ଟ୍ରାଫିକ ଆଦି ଗତିବିଧି ଉପରେ ପୋଲିସ ସିଧାସଳଖ ନଜର ରଖିବେ।ପି ସି ଆର ଆଦି ଡିଉଟି ରେ ଥିବା ଗାଡି ଗୁଡିକ ର ଜି ପି ଏସ ଜରିଆରେ କଣ୍ଟ୍ରୋଲ ରୁମ ସହିତ ଯୋଗାଯୋଗ ରହିବ ଯା ଫଳରେ ଯେଉଁ ସ୍ଥାନରୁ ଅଭିଯୋଗ ଆସିବ ସେଠାରେ ନିକଟସ୍ଥ ଗାଡି ତୁରନ୍ତ ପହଂଚି ଯିବ।ଆଗକୁ ସହରର ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ, ଆବାସିକ କୋଠା ଆଦି ମାନଙ୍କରେ ଲାଗିଥବା ସି ସି ଟିଭି ଗୁଡିକୁ ମଧ୍ୟ କଣ୍ଟ୍ରୋଲ ରୁମ ସହିତ ଯୋଡି ଦିଆଯିବ।ଔପଚାରିକ ଭାବେ ରାଜ୍ୟର ପୋଲିସ ଡି ଜି ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।ଏହାପରେ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନଗୁଡିକରେ ମଧ୍ୟ ଶତାଧିକ କ୍ୟାମେରା ଲଗାଇ ଅନୁରୂପ ବ୍ୟବସ୍ଥା କରି ଜିଲ୍ଲା କଣ୍ଟ୍ରୋଲ ରୁମ ସହିତ ଯୋଡିବାର ଯୋଜନା ଅଛି ଯେଉଁଥିରେ ପ୍ରମୂଖ ହେଲା ତାଳଚେର ସହର ଓ ଏମ ସି ଏଲ ଅଂଚଳ।ଅନୁଗୁଳ ଓ ତାଳଚେର କୁ ମିଶାଇ ଟ୍ଵିନ ସିଟି ସୁରକ୍ଷା ବ୍ୟବସ୍ଥା ର ଯୋଜନା ରହିଛି।ବର୍ତ୍ତମାନ ପର୍ଯ୍ୟାୟରେ ପ୍ରାୟ ଦୁଇ କୋଟି ଟଙ୍କା ଖର୍ଚ୍ଚ ହୋଇଛି।ସ୍ୱାଭାବିକ ଭାବରେ କିଛି ଅଭ୍ୟସ୍ତ ସମାଲୋଚନା କାରୀ ଏଥିରେ ଦୁର୍ନୀତି ର ପ୍ରଶ୍ନ ମଧ୍ୟ ଉଠାଇ ପାରନ୍ତି।କିନ୍ତୁ ବିନା ଭ୍ରୁକ୍ଷେପରେ ଜିଲ୍ଲା ପୋଲିସ ନିଜ ମିଶନରେ ଆଗେଇ ଯିବାର ଆଶା କରାଯାଉଛି।ଆହୁରି ମଧ୍ୟ ଆଶା କରାଯାଉଛି ଯେ ଯେପରି ବାରମ୍ବାର ଟ୍ରାଫିକ ସିଗ୍ନାଲ କାମ କରିବା ବନ୍ଦ କରିଦେଉଛି ସି ସି ଟିଭି କ୍ଷେତ୍ରରେ ଏହା ହେବନାହିଁ, କାରଣ କ୍ୟାମେରା ଆଦିର ମାନ ଇତ୍ୟାଦି କିଣିବା ପୂର୍ବରୁ ନିଶ୍ଚିତ ଭାବରେ ଭଲକରି ଯାଞ୍ଚ କରାଯାଇଥବାର ଆଶା କରାଯାଉଛି ଶ୍ରୀ ମହାପାତ୍ରଙ୍କ ନିର୍ଦ୍ଦେଶ ରେ ଯିଏ କି ଜଣେ କାର୍ଯ୍ୟ ଗମ୍ଭୀର ଆରକ୍ଷୀ ଅଧିକ୍ଷକ ଭାବେ ଅନୁଗୁଳ ଜିଲାରେ ନିଜର ପରିଚୟ ସୃଷ୍ଟି କରି ସାରିଲେଣି।

Square Ad 1
Leave A Reply

Your email address will not be published.