Webportal

ଦେଶହିତରେ ବର୍ତ୍ତମାନର ରାଜନୈତିକ ବ୍ୟବସ୍ଥା କୁ ପରିବର୍ତ୍ତନ କରିବାର ଆବଶ୍ୟକତା

sanitry
0 192

ବର୍ତ୍ତମାନର ରାଜନୈତିକ ବ୍ୟବସ୍ତା ଦେଶହିତରୁ ଟିକିଏ ଦୂରରେ ଥିବାଭଳି ଲାଗୁଛି। ଆମେ କିଛି ଉଦାହରଣ ପ୍ରସ୍ତୁତ କରୁଛୁ।

ଭୋଟବ୍ୟାଙ୍କ ସୃଷ୍ଟି କରିବା ପାଇଁ ଶିକ୍ଷାନୁଷ୍ଠାନ ମାନଙ୍କରେ ରାଜନୈତିକ ଦଳ ଗୁଡ଼ିକର ପ୍ରତ୍ୟକ୍ଷ ସହଯୋଗରେ ନିର୍ବାଚନ ବ୍ୟବସ୍ଥା କରାଯାଇଛି।ଯାହାଦ୍ୱାରା ପାଠ ପଢିବା ବଦଳରେ ବିଦ୍ୟାର୍ଥୀ ମାନେ କେମିତି ଗୋଟିଏ ରାଜନୈତିକ ଦଳର ନିକଟବର୍ତ୍ତୀ ହେଇ ନାଁ ଓ ଟଙ୍କା ରୋଜଗାର କରିପାରିବେ ସେ ଚିନ୍ତାଧାରାରେ ରହିଲେ।ଏହାଦ୍ୱାରା ପାଠପଢିବା ସହିତ ନିଜର ସହପାଠୀ ମାନଙ୍କ ସହ ଖୁସିରେ ପଢିବା ବର୍ଷ ଗୁଡିକ କାଟିବା ବଦଳରେ ବିଦ୍ୟାର୍ଥୀ ମାନେ ରାଜନୈତିକ କାରଣରୁ ନିଜ ନିଜ ଭିତରେ ଶତ୍ରୁତା କରିବା ସହ ପାଠପଢା ଉପରୁ ନିଜର ଧ୍ୟାନ ହଟାଇ ଦେଉଛନ୍ତି।ଯାହାଦ୍ୱାରା ସେମାନଙ୍କ ଉଜ୍ଵଳ ଭବିଷ୍ୟତ ଗଠନ ଆଶଙ୍କାରେ ରହୁଛି। ଆହୁରି ଏ ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ମଧ୍ୟ ଅନିଶ୍ଚିତ ହେଉଛି ପାଠପଢା ବର୍ଷ ଗୁଡ଼ିକରେ ସେମାନଙ୍କର ବ୍ୟବହାର ଧାରଣା, ରାଲି, ବନ୍ଦ ପାଳନ, ଧର୍ମଘଟ ଆଦି ବିଭିନ୍ନ ରାଜନୈତିକ ଉଦ୍ଦେଶ୍ୟ ସମ୍ପାଦନ କରିବା ପାଇଁ ହେବା।

ଦେଶରେ କୌଣସି ଭି ନିର୍ବାଚନ ଗୋଟେ ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ଏହା ପୁରାପୁରି ଶାନ୍ତିଶୃଙ୍ଖଳା ସହ ଓ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅହିଂସା ଭାବ ସହ ହେବା ଉଚିତ।କିନ୍ତୁ ଏବେ ଦେଖିବାକୁ ମିଳୁଛି ବିଭିନ୍ନ ସ୍ଥାନରେ ବିଭିନ୍ନ ଦଳ ଓ ପ୍ରାର୍ଥୀ ମାନେ ନିର୍ବାଚନ ଜିତିବା ଆଶାରେ ବ୍ୟାପକ ଅର୍ଥବଳ ଓ ବାହୁବଳ ର ବ୍ୟବହାର କରୁଛନ୍ତି।ଯାହା ପୁରାପୁରି ଦେଶହିତ ବିରୁଦ୍ଧରେ।ଏହାଦ୍ବାରା ପ୍ରମୁଖ ଭାବେ ଦେଶର ଯୁବଗୋଷ୍ଠୀ ବିପଥଗାମୀ ହେଉଛନ୍ତି, କାରଣ ଏମାନଙ୍କୁ ଅଳ୍ପ କିଛି ଟଙ୍କାର ଲୋଭ ଦେଇ ରାଜନୈତିକ ଦଳମାନେ ନିଜର ସ୍ୱାର୍ଥ ହାସଲ କରିବା ପାଇଁ ବ୍ୟବହାର କରୁଛନ୍ତି।ଏହା ସହିତ ଏମାନଙ୍କୁ ନିଜର ପେଶା ପାଇଁ ଠିକ ଭାବେ ଭାବିବା ପାଇଁ ସମୟ ଦେବାରୁ ବଞ୍ଚିତ କରୁଛନ୍ତି।

ଆଉ ଗୋଟିଏ ଉଦାହରଣ ହେଲା ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ଧର୍ମ, ଜାତି ଆଦି କାର୍ଡ ଖେଳିବା।ଏହା ସମାଜରେ ବଡ଼ ବିଶୃଙ୍ଖଳା ସୃଷ୍ଟି କରୁଛି।ଭୋଟବ୍ୟାଙ୍କ ସୃଷ୍ଟି କରିବା ପାଇଁ ଅଯଥା ଅଧିକ ଟିକସ ଆଦାୟ କରି ବିନା କାରଣରେ ବିଭିନ୍ନ ମାଗଣା ଯୋଜନା ଘୋଷଣା କରାଯାଉଛି, ଯାହା ସରକାରୀ ଟଙ୍କାରେ ଏକରକମ ଭୋଟ ପାଇଁ ଲାଞ୍ଚ ସଦୃଶ ହେଉଛି।

ବର୍ତ୍ତମାନର ରାଜନୈତିକ ବ୍ୟବସ୍ଥାକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି।ଏଥିପାଇଁ ଶିକ୍ଷାନୁଷ୍ଠାନ ମାନଙ୍କରେ ନିର୍ବାଚନ ସହିତ ରାଜନୈତିକ ହସ୍ତକ୍ଷେପ ବନ୍ଦ କରିବାକୁ ପଡିବ।ନିର୍ବାଚନରେ ଜଣେ ଜିତିବ ଓ ଜଣେ ହାରିବ ବୋଲି ଗ୍ରହଣ କରିବାକୁ ହେବ।ଅର୍ଥବଳ ଓ ବାହୁବଳ କଥା ଚିନ୍ତା ନ କରି ନିଜେ କରିଥିବା କିମ୍ବା କରିବାକୁ ଥିବା ଭଲ କାମ କୁ ନେଇ ନିର୍ବାଚନ ଲଢ଼ିବାର ଆବଶ୍ୟକତା ରହିଛି।ଏହା ସହିତ ଜାତି ଧର୍ମ କାର୍ଡ ଖେଳିବା ବନ୍ଦ କରିବା ସହ ସରକାରୀ ଯୋଜନା ଆଳରେ ଭୋଟରଙ୍କୁ ଦିଆଯାଉଥିବା ଉତ୍କୋଚ ବନ୍ଦ କରିବାର ଆବଶ୍ୟକତା ରହିଛି।

ଦେଶହିତରେ ସମସ୍ତ ରାଜନୈତିକ ଦଳ ଓ ନେତାମାନଙ୍କୁ ତୁରନ୍ତ ଚିନ୍ତା କରିବାର ଆବଶ୍ୟକତା ରହିଛି।ଯଦି ସେମାନେ ପ୍ରକୃତରେ ଦେଶପ୍ରେମୀ ତେବେ ଶିକ୍ଷାନୁଷ୍ଠାନ ଗୁଡିକରେ ରାଜନୈତିକ ହସ୍ତକ୍ଷେପ ବନ୍ଦ କରିବା ସହ ବିନା ବାହୁବଳ ଓ ଅର୍ଥବଳ ପ୍ରୟୋଗରେ ସର୍ବଦା ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ସମ୍ପାଦନ କରିବା ପାଇଁ ଯତ୍ନବାନ ହେବେ।ଏହା ସହିତ ଜାତି ଧର୍ମ କାର୍ଡ ଖେଳିବା ବନ୍ଦ କରିବା ସହ ଭୋଟର ମାନଙ୍କୁ ଉତ୍କୋଚ ଦେବା ମଧ୍ୟ ବନ୍ଦ କରିବେ।

Square Ad 1
Leave A Reply

Your email address will not be published.