Webportal

ଧରାପଡିଲେ ଅପରାଧୀଙ୍କୁ ଜାଲ ସୀମ ଓ ବ୍ୟାଙ୍କ ଆକାଉଣ୍ଟ ଆଦି ଯୋଗାଉଥିବା ଏକ ଦଳ:ଅଭିଯୋଗକାରୀଙ୍କ ନାମ ଗୋପନ ରଖିଲା ଜିଲ୍ଲା ପୋଲିସ

sanitry
0 335

ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନାରେ ୪.୧.୨୧ ରେ ମିଳିଥିବା ଅଭିଯୋଗ ଅନୁଯାୟୀ ଜଣେ ବ୍ୟକ୍ତି ୧ ଜାନୁଆରୀ ରେ ଫେସବୁକ ରେ ଜଣେ ଆର୍ମି ଚାକିରିଆ ବୁଲେଟ ମୋଟରସାଇକେଲ ବିକିବାକୁ ନେଇ ବିଜ୍ଞାପନ ଦେଇଥିବା ଦେଖିଥଲେ।ଏହାପରେ ସେ ଉକ୍ତ ବ୍ୟକ୍ତିକୁ ଯୋଗାଯୋଗ କରି ବାଇକ କିଣିବା ପାଇଁ ୫୫୦୦୦ ଟଙ୍କା ଫୋନ ପେ ଜରିଆରେ ପ୍ରଦାନ କରିଥିଲେ।କିନ୍ତୁ ଯେତେବେଳେ ସେ ବାଇକ କିମ୍ବା ଟଙ୍କା କିଛି ବି ପାଇଲେ ନାହିଁ ଥାନାରେ ଅଭିଯୋଗ କରିଥିଲେ ଓ ଆଇଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା।ତଦନ୍ତରେ ଜଣାପଡିଥିଲା ଯେ ସମ୍ପୃକ୍ତ ବ୍ୟକ୍ତି ଠକାମୀର ଶିକାର ହୋଇଛନ୍ତି,ଯେଉଁଥିରେ ବ୍ୟବହୃତ ମୋବାଇଲ ନମ୍ବର ମୟୁରଭଞ୍ଜ ଜିଲ୍ଲାରୁ ଜାରି କରାଯାଇଥିଲା ଓ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଜାଲି ଥିଲା।ପୋଲିସ ର ଏକ ସ୍ୱତନ୍ତ୍ର ଦଳ ମୟୁରଭଞ୍ଜ ଯାଇ ବାରିପଦା ବାସିନ୍ଦା ତିନିଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ।ସେମାନଙ୍କ ଠାରୁ ମୋବାଇଲ ଫୋନ, ଲାପଟପ ଓ ହାର୍ଡ ଡିସ୍କ ଜବତ କରାଯାଇଛି।ତଦନ୍ତ ସମୟରେ ଜଣାପଡ଼ିଛି ଯେ ସେମାନେ ବିଭିନ୍ନ ଉପାୟରେ ନକଲି କାଗଜପତ୍ରରେ ଫେକ ସିମ, ବ୍ୟାଙ୍କ ଆକାଉଣ୍ଟ, ଭୋଟର ପରିଚୟପତ୍ର, ପାନ କାର୍ଡ ଆଦି ପ୍ରସ୍ତୁତ କରି ସାରା ଦେଶରେ ଅପରାଧି ମାନଙ୍କୁ ବିକ୍ରି କରୁଥିଲେ, ଯାହାକୁ ବ୍ୟବହାର କରି ସୁବିଧାରେ ଅପରାଧ ହେଉଥିବା ଜଣାପଡିଛି।ଉପରୋକ୍ତ ବାଇକ କିଣା ଠକେଇ ମଧ୍ୟ ଏମାନଙ୍କ ଦ୍ୱାରା ବିକ୍ରି କରାଯାଇଥିବା ସିମ ଓ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରି କରାଯାଇଛି।ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଫରୱାର୍ଡ କରାଯାଇଛି।ଏ ସମସ୍ତ ତଥ୍ୟ ଜିଲ୍ଲା ପୋଲିସ ପକ୍ଷରୁ ଏକ ପ୍ରେସ ରିଲିଜ ରେ ଦିଆଯାଇଛି।କିନ୍ତୁ କୌଣସି କାରଣରୁ ଆଗ୍ରହ କରାଯାଉଥିଲେ ମଧ୍ୟ ଅଭିଯୋଗକାରୀଙ୍କ ନାମକୁ ଜିଲ୍ଲା ପୋଲିସ ଗୋପନ ରଖିଛି।

Square Ad 1
Leave A Reply

Your email address will not be published.