ଧରା ପଡିଲା ଖସି ପଳାଇ ଥିବା ବିଚାରାଧୀନ ବନ୍ଦୀ ତପନ ରାଉତ ଓରଫ ବଣି। ନିଜ ଗାଁ କରବର ନିକଟ ରେ ବୁଲୁଥିବା ବେଳେ କାବୁ କଲା ଫତେଗଡ଼ ପୋଲିସ ।ଗତ ୯ ତାରିଖରେ ଭାପୁର କୋର୍ଟ କୁ ନେବାବେଳେ ଖସି ପଳାଇ ଥିଲା ଉକ୍ତ ଅପରାଧୀ ଯେଉଁଥିପାଇଁ ୫ ଜଣ ପୋଲିସ କର୍ମଚାରୀ ଙ୍କୁ ନିଲମ୍ବିତ କରିଥିଲେ ନୟାଗଡ଼ ଏସ ପି ଶଶୀଭୂଷଣ ଶତପଥୀ। ସେ ପୂର୍ବରୁ ଦୁଇ ଥର ଜେଲ ର ଅଭେଦ୍ୟ ସୁରକ୍ଷାକୁ ଭେଦ କରି ଖସି ଯିବାକୁ ସକ୍ଷମ ହୋଇଥିଲା ।ଗତ ମେ ମାସ 10 ତାରିଖ ଏବଂ ଅଗଷ୍ଟ 3 ତାରିଖ ରେ ସେ ଖସି ପଳାଇ ଥିଲା ଏବଂ ଧରା ମଧ୍ୟ ପଡିଥିଲା। ଏଥିରେ ମଧ୍ୟ ୨ ଜଣ ଜେଲ କର୍ମଚାରୀ ନିଲମ୍ବିତ ହୋଇଥିଲେ ।ଏହି ଘଟଣା କୁ ନେଇ ତା ନାମରେ ଖଣ୍ଡପଡା ଥାନାରେ ୨ ଟି ମାମଲା ରୁଜୁ ହୋଇଛି ।ଏକ ନାବାଳିକା ଦୁଷ୍କର୍ମ ମାମଲା ରେ ସେ ବିଚାରାଧୀନ ବନ୍ଦୀ ଭାବେ ଏହି ସବ ଜେଲ ରେ ରହିଛି।
ତପନ ତିନି ତିନି ଥର ଖସି ଯାଇ ମୋଟ ୭ ଜଣ ପୋଲିସ ଙ୍କ ନିଲମ୍ବନ ର କାରଣ ପାଲଟିଛି।
