Webportal

ଧର୍ଷଣ କାରୀଙ୍କୁ କାରାଦଣ୍ଡ

sanitry
0 164

ଗଣଦୁଷ୍କର୍ମକାରୀ ୩ ଯୁବକକୁ ଜେଲ ଓ ଜୋରିମାନା ଶୁଣାଇଲେ ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ-୧ ଓ ଚିଲଡ୍ରେନ କୋର୍ଟ ଜଜ ଡ଼ଃ ଭି ସୁଜାତା ।ମୁଖ୍ୟ ଅଭିଯୁକ୍ତ ଠାକୁରମୁଣ୍ଡା ଥାନା ଭାଦୁବେଢ଼ା(ଜାରକା) ଗ୍ରାମର ବୈଲୋଚନ ମହାନ୍ତ(୩୧)ଙ୍କୁ ଆଇପିସି ଧାରା ୩୭୬(୬) ପୋକସୋ ଆକ୍ଟ ଅନୁସାରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଜୋରିମାନା, ଅନାଦେୟରେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ । ସହଯୋଗୀ ମହୁଲଡ଼ିହା ଥାନା ଜାରକା ଗ୍ରାମର ବୈଲୋଚନ ବେହେରା(୨୩), ମହୁଲଡ଼ିହା ଗ୍ରାମର ପୁରୁଷୋତ୍ତମ ମହାନ୍ତ(୨୩)ଙ୍କୁ 363/376(2)(i)/506/109/-34 IPC r/w sec -6 ରେ ୩ ବର୍ଷ ଜେଲ ଓ ୧ ହଜାର ଜୋରିମାନା ଏବଂ ଅନାଦେୟରେ ଅଧିକ ୧ମାସ କାରାଦଣ୍ଡ । ଗତ ୧୧.୦୯.୨୦୧୫ରେ ଏକ ୧୫ ବର୍ଷର ନାବାଳିକା ଠାକୁରମୁଣ୍ଡା ବଜାରକୁ ଯାଉଥିବା ବେଳେ ଅଭିଯୁକ୍ତ ଅଟୋରେ ବଳପୂର୍ବକ ଜଙ୍ଗଲକୁ ନେଇ ତାକୁ ଦୁଷ୍କର୍ମ କରିଥିଲେ । ଏହାକୁ ନେଇ ନାବାଳିକାର ପରିବାର ପକ୍ଷରୁ ଠାକୁରମୁଣ୍ଡା ଥାନାରେ ଅଭିଯୋଗ ହୋଇଥିଲା ଓ ୫୬/୧୨.୦୯.୨୦୧୫ରେ ଏକ ମାମଲା ରୁଜୁ କରାଯାଇଥିଲା ।

Square Ad 1
Leave A Reply

Your email address will not be published.